• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ବଲିଉଡ୍‌ରେ ଓଡ଼ିଆ ଯୋଡ଼ିଙ୍କ ଜବରଦସ୍ତ ଏଣ୍ଟ୍ରି। ହିନ୍ଦୀ ଫିଲ୍ମରେ ଏକାସଙ୍ଗେ ଜଲୱା ଦେଖାଇବେ ଓଡ଼ିଆ ଷ୍ଟାର୍। ଜଣେ ଷ୍ଟନିଂ, ଗୁଡ୍ ଲୁକ୍ସ ସାଙ୍ଗକୁ ଡ୍ୟାସିଂ ବଡି,ଆଉ ଜଣେ ଅପରୂପ ସୌନ୍ଦର୍ଯ୍ୟର ଅଧିକାରୀ। ଆମେ କହୁଛୁ, ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଦୁଇ ଓଡ଼ିଆ ଯୋଡ଼ିଙ୍କ ସମ୍ପର୍କରେ।

ଓ୍ୱାଜିଦ୍ ମେନନ୍ ଓରଫ୍ ରକ୍ କାଚ୍ଚି ଓ ଅନ୍ୟ ଜଣେ ଅପସରୀ ରାନୀ ଓରଫ୍ ଅଙ୍କିତା ମହାରଣା। ଉଭୟ ଏବେ ରାମଗୋପାଳ ବର୍ମାଙ୍କ ଅପ୍‌କମିଙ୍ଗ ହିନ୍ଦୀ ଫିଲ୍ମ ଥ୍ରିଲର୍‌ରେ ନଜର ଆସିବେ। ପୂର୍ବରୁ ଅପସରାଙ୍କ ନାଁକୁ ଘୋଷଣା କରାଯାଇଥିବା ବେଳେ ଏବେ ରକ୍ କାଚ୍ଚିଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

Image may contain: 2 people, sunglasses

ନବରଙ୍ଗପୁର ଉମରକୋଟରେ କାଚ୍ଚିଙ୍କ ମାମୁଁ ଘର। ଏଠି ବେଶ କିଛି ଦିନ କାଟିଛନ୍ତି ସେ। ଏହାସହ କୋରାପୁଟ୍, ରାଉରକେଲା ସହରରେ ନିଜ ଜୀବନର କିଛି ମୁହୂର୍ତ୍ତକୁ ବିତାଇଛନ୍ତି। ସେହିପରି ଅପସରୀ ରାନୀଙ୍କ ଘର ନୟାଗଡ଼ରେ। ଉଭୟ ୟଙ୍ଗ ଟ୍ୟାଲେଣ୍ଟକୁ ଏବେ ବଡ ବ୍ୟାନର୍, ଭେଟରାନ୍ ନିର୍ଦ୍ଦେଶକ ରାମ୍‌ଗୋପାଳଙ୍କ ସହ କାମ କରିବାକୁ ସୁଯୋଗ ମିଳିଥିବାରୁ ନିଜକୁ ଗର୍ବିତ ମନେ କରିବା ସହ ଓଡ଼ିଶାକୁ ଧନ୍ୟବାଦ ଜଣାଇଛନ୍ତି।

Apsara Rani Photos : Pictures, Latest Images, Stills Of Apsara ...

ଉଭୟ ଷ୍ଟାର୍‌ଙ୍କ ପରିବାର ଓ ସମ୍ପର୍କୀୟମାନେ ବି ସେଲିବ୍ରେସନ୍ କରିବାରେ ବ୍ୟସ୍ତ। ଉମରକୋଟରେ ଥିବା କାଚ୍ଚିଙ୍କ ମାମୁଁ ଘରେ ଏବେ ଖୁସର ଲହରୀ। ପିଲା ବେଳର ସାଙ୍ଗ ଆଜି ଫିଲ୍ମରେ କାମ କରିଥିବା ଖବର ପାଇଁ ଏବେ ବେଶ ଗର୍ବିତ କାଚ୍ଚିଙ୍କ ପିଲା ବେଳର ସାଙ୍ଗ।

Apsara Rani photos (12) - Mix India

ରାମ୍‌ଗୋପାଳ ବର୍ମାଙ୍କ ଏହି ଦୁଇ ୟଙ୍ଗ ଟ୍ୟାଲେଣ୍ଟକୁ ଆବିଷ୍କାର କରିଛନ୍ତି। ଏହି ଦୁଇ ଜଣଙ୍କ ଫଟୋକୁ ବି ଖୋଦ୍ ପୋଷ୍ଟ କରି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି ସେ। ଅପସରାଙ୍କ ବିନ୍ଦାସ୍ ଲୁକ୍ ତା ସାଙ୍ଗକୁ ରକ୍‌ଙ୍କ ଦମଦାର ଫିଟ୍‌ନେସ୍ ଏବେ ବଲିଉଡ୍‌ରେ ଝଡ଼ ସୃଷ୍ଟି କରିବ।

After Apsara Rani, Odia boy from Nabarangpur to feature in Ram ...

Apsara Rani photos (5) - Mix India

Wajid-menon-and-apsara-rani-are-2-odia-in-bollywood
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories