ଭଦ୍ରକ ପରିବା ଚାଷୀ ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କଲେ ପୂର୍ବତନ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣଙ୍କ ମୁହଁରେ ଭଦ୍ରକର ପରିବା ଚାଷୀ ଛାୟାରାଣୀଙ୍କ ପ୍ରଶଂସା। ଛାୟାରାଣୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ସେ ଜଣେ ସଫଳ ପରିବା ଚାଷ ପାଇଁ ସେଥିପାଇଁ ନୁହେଁ, ବରଂ ତାଙ୍କର ମାନବିକତା ପାଇଁ ଲକ୍ଷ୍ମଣ ତାଙ୍କୁ ପ୍ରଶଂସା କରିଛନ୍ତି।

କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ଯୋଗୁ ସାଧାରଣ ଲୋକ ନାନା ହଇରାଣ ହରକତ ହେଉଛନ୍ତି। ଏହି ସମୟରେ ଅନେକ ବଦାନ୍ୟ ବ୍ୟକ୍ତି ନିଜର ମାନବିକତା ଦେଖାଇ ଲୋକଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ କରୁଥିବାର ଦେଖିବାକୁ ମିଳୁଛି। ଏହିପରି ଜଣେ ବଦାନ୍ୟ ବ୍ୟକ୍ତି ହେଲେ ଛାୟାରାଣୀ ସାହୁ।

ଛାୟାରାଣୀ ୮ ଏକର ଜମିରେ ପରିବା ଚାଷ କରିଛନ୍ତି। ଖେତର ସୁନା ଭଳି ଫଳୁଛି ପରିବା। ନିତି ପରିବା ଖେତକୁ ଯାଇ ପରିବା ଝୁଡ଼ି ଝୁଡ଼ି ପରିବା ତୋଳୁଛନ୍ତି ଆଉ ଲକ୍‌ଡାଉନ୍‌ ଖାଇବା ପିଇବା ବିନା ହଇରାଣ ହେଉଥିବା ଲୋକଙ୍କୁ ବୁଲି ବୁଲି ପରିବା ବାଣ୍ଟୁଛନ୍ତି। ଛାୟାରାଣୀ ନିଜ ଗାଁ ସହିତ ଆଖ ପାଖ ପନ୍ଦରଟି ଗାଁର ଲୋକଙ୍କୁ ପରିବା ବାଣ୍ଟୁଛନ୍ତି। ସେ ବ୍ରାହ୍ମଣୀ ପଞ୍ଚାୟତର ୪ଟି ଗାଁ, ବିନାୟକପୁର ୫-୬ଟି ଗାଁ, ବାସୁଦେବପୁରର ୨-୩ଟି ଓ୍ୱାର୍ଡ ଓ ଇରମର ଗୋଟିଏ ଗାଁରେ ଦେଉଛନ୍ତି ପରିବା। ଏଥିରେ ତାଙ୍କର କ୍ଷତି ବି ହେଉଛି। କିନ୍ତୁ ଲକ୍‌ଡାଉନ୍‌ ସମୟରେ ଲୋକଙ୍କ ହଇରାଣ ହରକତ ଦେଖି ସେ ସହିପାରୁ ନାହାନ୍ତି। କ୍ଷତି ହେଉ ପଛେ ସେ ଘର ଘର ବୁଲି ଲୋକଙ୍କୁ ମାଗଣାରେ ପରିବା ଯୋଗାଉଛନ୍ତି। ଏସବୁ କରି ତାଙ୍କୁ ପରମ ଆନନ୍ଦ ମିଳୁଛି ବୋଲି ଛାୟାରାଣୀ କହନ୍ତି। ଆଉ ଛାୟାରାଣୀଙ୍କ ଏହି ନିଃସ୍ୱାର୍ଥପର ସେବା ଷ୍ଟାର୍‌ କ୍ରିକେଟର୍‌ ଭିଭିଏସ ଲକ୍ଷ୍ମଣଙ୍କ ହୃଦୟକୁ ଛୁଇଁଯାଇଛି।

ଛାୟାରାଣୀଙ୍କୁ ପ୍ରଶଂସା କରି ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ ଲକ୍‌ଡାଉନ୍‌ ଯୋଗୁ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି। ଓଡ଼ିଶାର ଭଦ୍ରକ ଜିଲ୍ଲାର ଚାଷୀ ଛାୟାରାଣୀ ସାହୁ, ସ୍ୱଇଚ୍ଛାରେ ନିଜେ ଫଳେଇଥିବା ପରିବା ଆଖାପାଖ ୧୫ ଖଣ୍ଡ ଗାଁକୁ ବାଣ୍ଟୁଛନ୍ତି। ଲୋକମାନଙ୍କର ଏଭଳି ମାନବିକତା ଓ ନିଃସ୍ୱାର୍ଥପରତା ଦେଖି ଖୁବ୍ ଖୁସୀ ଲାଗେ”

ଛାୟାରାଣୀ କେବଳ ଯେ ପରିବା ବାଣ୍ଟୁଛନ୍ତି ତାହା ନୁହେଁ, ଖରା ତରାରେ ଡ୍ୟୁଟି କରୁଥିବା ପୁଲିସ୍‌ମାନଙ୍କ ପାଇଁ ଅନ୍ନଦାତ୍ରୀ ବି ସାଜିଛନ୍ତି ସେ। ତାଙ୍କୁ ରୋଷେଇ କରି ଖାଇବାକୁ ଦେବା ସହିତ ଦୁଗ୍ଧ ବଣ୍ଟନ ମଧ୍ୟ କରୁଛନ୍ତି। ଏତିରେ ତାଙ୍କର ପରିବାର ବି ତାଙ୍କୁ ସହଯୋଗ କରୁଛନ୍ତି।

ଏ ନେଇ ଛାୟାରାଣୀଙ୍କ ପୁଅ ମାନସ ସାହୁ କହିଛନ୍ତି, ଆମ ପରିବାର ୭-୮ ଏକର ଜମିରେ ବିଭିନ୍ନ ପ୍ରକାରର ପରିବା ଚାଷ କରେ। ଭେଣ୍ଡି, ବାଇଗଣ, ବିଲାତି, ଅଦା, କଞ୍ଚା ଲଙ୍କା, କଖାରୁ ଓ ବିଭିନ୍ନ ପ୍ରକାରର ଶାଗ ସହିତ ଅନ୍ୟାନ୍ୟ ପନିପରିବା ଚାଷ କରେ। ଏବେ ଲକଡାଉନ୍ ପାଇଁ ବ୍ୟବସାୟୀଙ୍କୁ ଆଉ ଆମେ ପରିବା ବିକ୍ରି କରୁନାହୁଁ। ସେହି ପରିବାକୁ ଆମେ ଗାଁ ଗାଁ ବୁଲି ଲୋକଙ୍କୁ ପ୍ୟାକେଟ କରି ବାଣ୍ଟି ଦେଉଛୁ।

ତେବେ କିଛିଦିନ ତଳେ ଛାୟାରାଣୀଙ୍କ ବଦାନ୍ୟତାର କାହାଣୀ ଓଟିଭି ସମେତ ରାଜ୍ୟର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏବେ ତାଙ୍କ କାହାଣୀ ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାରେ ବିଷୟ ପାଲଟିଛି। ସେ ଆଜି ସମସ୍ତଙ୍କ ସାମ୍ନାରେ ଖୁବ୍ ମହାନ ହୋଇଯାଇଛନ୍ତି।

ତେବେ ଛାୟାରାଣୀଙ୍କୁ ଦେଖିଲେ ଗୋଟେ କଥା ସୁନିଶ୍ଚିତ ଯେ ବଡ଼ ହେବା ପାଇଁ ଧନ, ସମ୍ପତ୍ତି ଲୋଡ଼ା ନଥାଏ। ଏଥିପାଇଁ ଗୋଟେ ଭଲ ମନ ଓ ହୃଦୟ ଟିଏ ଦରକାର।

 

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like