ଭିସୁଟ୍ର ଅଫ୍ ଲାଇନ ପରୀକ୍ଷା ସ୍ଥଗିତ
ବୁର୍ଲା: ବୁର୍ଲା ଭିସୁଟ୍ (Veer Surendra Sai University of Technology) ରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି।
ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି ।
୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଏବଂ ପୁଲହ ହଷ୍ଟେଲ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଜାରି କରାଯିବା ସହ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାନା ଥାଉ କି, ସୂଚନାଥାଉ କି, ଫେବ୍ରୁଆରୀ ୨୬ ତାରିଖରେ ସମ୍ବଲପୁର ବୁର୍ଲା ଭିସୁଟ୍ର ୨୪ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ଶନିବାର ଦିନ ଆଉ ଜଣେ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକା ସାଙ୍ଗରେ ଏତେ ସଂଖ୍ୟକ ଛାତ୍ର କରୋନା ସଂକ୍ରମିତ ହେବା ପରେ ଉପ ଜିଲ୍ଲାପାଳ ଓ ପିଡି ଡିଆର୍ଡିଏ ହଷ୍ଟେଲ୍କୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ବୁର୍ଲା ଭିସୁଟ୍ରେ କରୋନା ସଂକ୍ରମଣ ବୃଦ୍ଧି ପରେ ୨୮ ତାରଖରୁ ଭିସୁଟ୍କୁ ସଟ୍ଡାଉନ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସୁଟ୍କୁ ଶଟ୍ଡାଉନ୍ କରାଯାଇଛି। ବୁର୍ଲାରେ ଏତେ ସଂଖ୍ୟକ ଛାତ୍ର ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଏଲା।
ଏହି ସହିତ ଭିସୁଟ୍ ହଷ୍ଟେଲ୍ ଗୁଡ଼ିକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ଭିସୁଟ୍ର ୧୧ଟି ହଷ୍ଟେଲ ପୁଲହ, ପୁଲତ୍ସ୍ୟ, ଅତ୍ରି, କ୍ରତୁ, ବଶିଷ୍ଟ, ମରିଚ, ଅନୁରାଧା, ଅରୁନ୍ଧତୀ, ରୋହିଣୀ, ବିଶାଖା, ଏବଂ ବସୁନ୍ଧରାକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ଏହାସହ ପୁଲହ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବଫର୍ ଜୋନ୍ ଭାବେ ଘୋଷଣା କରାଯାଇଥିଲା।
ଆଜି ବୁର୍ଲାରେ ଅଫ୍ ଲାଇନ ପରୀକ୍ଷା ହେବବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏତେ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଦେଖବା ପରେ ଆଜିର ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି। ପରୀକ୍ଷା କେବେ ହେବ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।