ଆନ୍ଦୋଳନରେ ସାମିଲ ୬୧ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ନୋଟିସ୍ ଜାରି କଲା ଭିସୁଟ୍‌

ସମ୍ବଲପୁର (ସଞ୍ଜୟ ଜେନା ):  ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର କୁଳପତିଙ୍କ ବିରୋଧରେ ଆନ୍ଦୋଳନ ମହଙ୍ଗା ପଡ଼ିଲା । ଆନ୍ଦୋଳନରେ ସାମିଲ ହୋଇଥିବା ୬୧ ଜଣ ଅଧ୍ୟାପକଙ୍କ ତିନି ଦିନର ଦରମା କାଟିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଉକ୍ତ ଅଧ୍ୟାପକମାନଙ୍କର ଅଗଷ୍ଟ ମାସ ଦରମାରୁ ଏହି ଟଙ୍କା କଟାଯିବ ବୋଲି ନୋଟିସ୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

କୁଳପତିଙ୍କ ବିରୋଧରେ ନାନା ଅଭିଯୋଗ ଆଣି ତାଙ୍କ ବହିଷ୍କାର ଦାବି କରିଥିଲେ ବହୁ ଅଧ୍ୟାପକ ଓ ଅଧ୍ୟାପିକା। ଏଥିପାଇଁ ସେମାନେ  ଗତ ଜୁଲାଇ ୨୫ ତାରିଖରୁ ୨୭  ତିନି ଦିନ ଧରି ଆନ୍ଦୋଳନ ଓ ଧାରଣାରେ ସାମିଲ ହୋଇଥିଲେ। ଏଥିଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହୋଇଥିଲା। ଫଳରେ ଉକ୍ତ ୩ ଦିନର ଦରମା କାଟିବା ପାଇଁ ନିର୍ଦ୍ଦେଶନାମାରେ ସୂଚିତ କରାଯାଇଛି।

ଭିସୁଟ୍‌ର ‘ନୋ ୱାର୍କ, ନୋ ପେ’ ନିୟମ ଆଧାରରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି। ଏହି ଘଟଣାରେ ପୂର୍ବରୁ ୪ ଜଣ ଅଧ୍ୟାପକଙ୍କୁ ଚାକିରିରୁ ନିଲମ୍ବନ ମଧ୍ୟ କରାଯାଇଥିଲା।

 

You might also like