ସମ୍ବଲପରୁ: କରୋନା ପାଇଁ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ-ଭିସୁଟ୍କୁ ଦିନକ ପାଇଁ ବନ୍ଦ କରି ଦିଆଯାଇଛି। ଏହାସହ ଭିସୁଟ୍ ପରିସରକୁ ବିଶୋଧନ କରାଯାଉଛି। ଜଣେ ଅଧ୍ୟାପିକାଙ୍କ ସ୍ୱାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି। ତା ସିହତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ କରାଯାଉଛି।
ତେବେ ଭିସୁଟ୍କୁ ଅଧିକ ଦିନ ପାଇଁ ବନ୍ଦ କରାଯିବ କି ନାହିଁ ସେନେଇ ଆଜି ବସୁଥିବା ବୈଠକରେ ନିଷ୍ପତ୍ତି ନିଆଯିବ। ଅଧ୍ୟାପିକାଙ୍କ ସ୍ୱାମୀ ଅନୁଗୁଳ ନାଲକୋର ବରିଷ୍ଠ ଅଧିକାରୀ ଥିଲେ। କରୋନା ସଂକ୍ରମଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।
ତେବେ ଏନେଇ ଅନୁଗୁଳ ଡିଆଇପିଆର୍ଓ ଶରତ ଚନ୍ଦ୍ର ସେଠୀ କହିଛନ୍ତି, ମୃତକ ଜଣକ ଆଗରୁ ନାଲ୍କୋ କ୍ୟାଣ୍ଟିନରେ ଖାଇବା ସହିତ ଏକ ମିଟିଂରେ ଯୋଗ ଦେଇଥିଲେ। ତେଣୁ ନାଲ୍କୋ ପକ୍ଷରୁ କ୍ୟାଣ୍ଟିନରେ ସାନିଟାଇଜ୍ କାର୍ଯ୍ୟ କରାଯାଉଛି। ପ୍ରଶାସନ ପକ୍ଷରୁ ଆଉ କଣ ପଦକ୍ଷେପ ନିଆଯିବ, ସେ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଚାଲିଛି।