• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ସମ୍ବଲପୁର: କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ ଅଭିଯୋଗ ପରେ ୨୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ପଦକ୍ଷେପ ନିଆଯାଇଛି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ। ଅଭିଯୋଗ ଅନୁସାରରେ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଗତ ୧୫ଦିନ ଧରି ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଆସୁଥିଲେ। କ୍ୟାମ୍ପସରେ ହେଉ କି ବାହାରେ ସିନିୟରଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲିବାକୁ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଦିଆଯାଉଥିଲା।

ଏହାସହ ସିନିୟର ଛାତ୍ରମାନେ ରାତିରେ ଜୁନିୟର ଛାତ୍ରଙ୍କୁ ହଷ୍ଟେଲକୁ ଡାକି ରାଗିଂ କରୁଥିଲେ। କିଛି ଦିନ ତଳେ ଜଣ ଦ୍ୱିତୀୟ ବର୍ଷର ଛାତ୍ରଙ୍କ ମୁଣ୍ଡର ଚୁଟି ଜୋରଜବରଦସ୍ତ କଟାଯିବା ନେଇ ଅଭିଯୋଗ ଆସିଥିଲା। ଏହି ସବୁ ଘଟଣା ସାମ୍ନାକୁ ଆସିଲା ପରେ କଲେଜ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ଛାତ୍ରଙ୍କୁ ଚତୁର୍ଥ ବର୍ଷରୁ ତୃତୀୟ ବର୍ଷକୁ ବ୍ୟାକ୍‌ କରାଯାଇଥିବାବେଳେ, ୪ଜଣଙ୍କୁ ହଷ୍ଟେଲରୁ ବାହାର କରାଯାଇଛି।

ଘଟଣା ପରେ ଭିସି କହିଛନ୍ତି, କ୍ୟାମ୍ପସରେ କେବେବି ରାଗିଂକୁ ପ୍ରଶୟ ଦିଆଯିବ ନାହିଁ। ଯିଏ ଏମିତି କରିବେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେପଟେ ଭିସିଙ୍କ ଏଭଳି ନିଷ୍ପତି ପରେ ଛାତ୍ରମାନେ ଏହାକୁ ସ୍ୱାଗତ କରିଛନ୍ତି।

Vssut-administraion-takes-action-against-ragging-accused-students
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories