ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି ବୋଲି ସୂଚନା ମିଳିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ ଯୋଗେ ଏମ୍ସକୁ ସୂଚନା ଆସିଛି। ତେବେ ଗସ୍ତ ବାତିଲ ନେଇ ଏଯାଏଁ କୌଣସି ଲିଖିତ ବାର୍ତ୍ତା ଆସିନାହିଁ।
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ନପାରନ୍ତି ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ। ସୂଚନା ମୁତାବକ, ୧୬ ତାରିଖରେ ଭୁବନେଶ୍ୱର ଏମ୍ସ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେବାର ଥିଲା। ମାତ୍ର ସେଦିନ ପ୍ରଧାନମନ୍ତ୍ରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଥିବାରୁ ଭୁବନେଶ୍ୱର ଏମ୍ସରେ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଯୋଗ ଦେଇ ପାରିବେନି ବୋଲି ସୂଚନା ମିଳିଛି।
ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଟେଲିଫୋନ୍ ଯୋଗେ ଏମ୍ସକୁ ସୂଚନା ଆସିଛି। ତେବେ ଗସ୍ତ ବାତିଲ ନେଇ ଏଯାଏଁ କୌଣସି ଲିଖିତ ବାର୍ତ୍ତା ଆସିନାହିଁ।