ବିଜାତଳା ବ୍ଲକ୍ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।

ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢ଼ୁଥିବା ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ୨୩ ହଜାର ୧୧୯ ଜଣ ଭୋଟର୍ କରିବେ।

୮୨ଟି ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଚାଲିଛି। ୭ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୧୦ଟି ପାଟ୍ରୋଲିଂ ପାର୍ଟି, ସ୍ଥାନୀୟ ଏସ୍‌ପି, ଏଏସ୍‌ପି ଏବଂ ଏସ୍‌ଡିପିଓ ମୁତୟନ ରହିଛନ୍ତି।

୨୦୧୭ରେ ହୋଇଥିବା ନିର୍ବାଚନରେ ୩୨ ନମ୍ବର ଜୋନ୍‌କୁ ବିଜେପି ଦଖଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜେଏମ୍‌ଏମ୍, ତୃତୀୟ ସ୍ଥାନରେ ବିଜେଡି ଏବଂ ଚତୁର୍ଥରେ କଂଗ୍ରେସ ରହିଥିଲା। ଏଥର କିନ୍ତୁ ପରିବର୍ତ୍ତନର ସମ୍ଭାବନା ଥିବାବେଳେ ସମସ୍ତ ଦଳ ନିଜ ନିଜର ବିଜୟକୁ ନେଇ ଆଶାବାଦୀ ଅଛନ୍ତି।

You might also like