ଇଭିଏମ୍‌ରେ ତ୍ରୁଟି ଯୋଗୁ ମତଦାନ ବାଧାପ୍ରାପ୍ତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସାଲେପାଲି ଗାଁର ୧୧୮ ନମ୍ବର ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସକାଳୁ ଭୋଟ୍‌ ଗ୍ରହଣ ହେବା ପୂର୍ବରୁ ସମସ୍ତ ଦଳର ଏଜେଣ୍ଟ୍‌ମାନଙ୍କୁ ନେଇ ଏକ ମକ୍ ପୋଲ୍‌ ହୋଇଥିଲା। ତେବେ ଏଥିରେ ଯେଉଁ ବଟମ୍‌ ଚିପିଲେ ବି ଶଙ୍ଖ ଚିହ୍ନକୁ ଭୋଟ୍‌  ଯାଉଥିବା ଅଭିଯୋଗ ହୋଇଥିଲା। ଫଳରେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା।

ଇଭିଏମ୍‌ ପରିବର୍ତ୍ତନ କରା ନ ଗଲେ ଭୋଟ୍‌ ଦେବାକୁ ଗ୍ରାମବାସୀମାନେ ମନା କରି ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଇଭିଏମ୍‌ ପରିବର୍ତ୍ତନ କରାଯାଇଥିଲା। ଫଳରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା।

You might also like