ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ସକାଳ ୯ଟା ସୁଦ୍ଧା ୬ ପ୍ରତିଶତ ମତଦାନ

ନୂଆଦିଲ୍ଲୀ/ଭୁବବନେଶ୍ୱର: ଆଜି ଦେଶର ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ତୃତୀୟ ପର୍ଯ୍ୟାୟ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।

ଆସାମ, ବିହାର, ଛତିଶଗଡ଼, ଜମ୍ମୁ ଓ କଶ୍ମୀର , କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୋଟ୍ ଗ୍ରହଣ ଚାଲିଛି। ସେହିପରି ଗୁଜରାଟ, କେରଳ, ଦାଦରାନଗର ହାବେଲି, ଗୋଆ ଓ ଡାମନ୍ ଡିଉର ସମସ୍ତ ଲୋକସଭା ଆସନରେ ମଧ୍ୟ ଆଜି ଭୋଟ୍ ଗ୍ରହଣ ହେଉଛି।

ଏବେ ଆସନ୍ତୁ ନଜର ପକାଇବା ସକାଳ ୯ଟା ସୁଦ୍ଧା କେଉଁଠି କେତେ ମତଦାନ ହାର ରେକର୍ଡ଼ ହୋଇଛି।

ଆସାମ-୧୨.୩୬%, ବିହାର-୧୨.୬୦%, ଗୋଆ-୨.୨୯%, ଗୁଜରାଟ- ୧.୩୫%, ଜମ୍ମୁ ଓ କଶ୍ମୀର-୦.୦୦%, କର୍ଣ୍ଣାଟକ-୧.୭୫%, କେରଳ-୨.୪୮% , ମହାରାଷ୍ଟ୍ର-୦.୯୯%

ଓଡ଼ିଶା-୬%, ତ୍ରିପୁରା-୧.୫୬%, ଉତ୍ତର-ପ୍ରଦେଶ ୬.୮୪%, ପଶ୍ଚିମବଙ୍ଗ-୧୦.୯୭%, ଛତିଶଗଡ଼-୨.୨୪%, ଦାଦ୍ରା ଓ ନଗର ହାବେଳୀ-୦.୦୦%, ଡାମନ ଡିୟୁ ୫.୮୩% ଲୋକ ଏଯାଏ ମତଦାନ ଦେଇଛନ୍ତି।

ଓଡ଼ିଶାରେ ଆଜି ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି।

ଆହୁରି ମଧ୍ୟ ପଢ଼ନ୍ତୁ: ହେଭିୱେଟ୍‌ଙ୍କ ମତଦାନ

You might also like