କେଉଁଠି ଇଭିଏମ୍‌ ଅଚଳ ତ ଆଉ କେଉଁଠି ତ୍ରୁଟି

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଓ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ଲାଗି ଭୋଟ୍‌ ଗ୍ରହଣ ହେଉଛି। ତେବେ କିଛି ବୁଥ୍‌ରେ ଇଭିଏମ୍ ଅଚଳ ହୋଇପଡ଼ିବାରୁ ମତଦାନରେ ବିଳମ୍ବ ହୋଇଛି। ସେହିପରି କିଛି ବୁଥ୍‌ରେ ଇଭିଏମ୍ ଓ ଭିଭିପାଟ୍‌ରେ ତ୍ରୁଟି ଯୋଗୁ ମଧ୍ୟ ମତଦାନ ବିଳମ୍ବିତ ହୋଇଛି। ତେଣୁ ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯାଜପୁରର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଯାଇଛି। ଧର୍ମଶାଳାର ୧୧୫ ନମ୍ବର ବୁଥ୍‌, ବରୀର ୧୧୦, ସତ୍ୟଭାମାପୁରର ୧୨୫ ଓ ୬୮ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯିବା ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି।

କେନ୍ଦ୍ରାପଡ଼ାର ରାଜନଗରର ୨୨୬ ଓ ୬୮ ନମ୍ବର ବୁଥ୍‌ରେ ତ୍ରୁଟି ପରିଲକ୍ଷିତ ହୋଇଛି। ଫଳରେ ମତଦାନ ବାଧାପ୍ରାପ୍ତ ହୋଇଛି। ଏଣୁ ଧାଡ଼ିରେ ଛିଡ଼ା ହୋଇଥିବା ଭୋଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଳିର ୨୨୬ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ମତଦାନ ଆରମ୍ଭ ହୋଇପାରିନି। ଧାମନଗର ନିର୍ବାଚନମଣ୍ଡଳୀର ୨୨୨ ନମ୍ବର ବୁଥ୍‌ରେ ବି ଇଭିଏମ୍ ଅଚଳ ହୋଇଥିବା ଜଣାପଡ଼ିଛି।

ଜଗତସିଂହପୁର ନିର୍ବାଚନମଣ୍ଡଳୀ ୧୩୫ ନମ୍ବର ବୁଥ୍‌ ଓ ବାଲିକୁଦା-ଏରସମାର ବାଖରାବାଦ ସ୍ଥିତ ୧୩୮ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିବାରୁ ଭୋଟ୍‌ଦାନରେ ବିଳମ୍ବ ହୋଇଛି।

ଜଳେଶ୍ୱରର ଉଲୁମରା ପଞ୍ଚାୟତର ୫ ନମ୍ବର ବୁଥ୍‌ରେ ଭିଭିପାଟ୍‌ ଅଚଳ ହୋଇଯାଇଥିବାରୁ ମତଦାନ ବିଳମ୍ବିତ ହୋଇଛି। ସେହିପରି ନଟାକଟା ପଞ୍ଚାୟତ ୨୦୩ ନଂ ବୁଥ୍‌ରେ ବି ଭିଭିପାଟ୍ ଅଚଳ ହୋଇଯାଇଛି।

ଭଦ୍ରକର ୧୮୪ ଓ ୧୮୪ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଥିବାରୁ ମତଦାନ ବିଳମ୍ବିତ ହୋଇଛି।

ସେହିପରି କାକଟପୁରର ୨୧୯ ଓ ୨୬୮ ନମ୍ବର ବୁଥ୍‌, ନିମାପଡ଼ାର ୪୨ ଓ ୬୬ ଓ ପାରାଦୀପର ୨୧୪ ନମ୍ବର ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବାଧାପ୍ରାପ୍ତ ହୋଇଛି।

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଇଭିଏମ୍‌ ଅଚଳ ହୋଇଯାଇଥିବାରୁ ମତଦାନରେ ବିଳମ୍ବ ହୋଇଛି। ବାରିପଦାର ୩୪ ଓ ୩୮ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଥିବା ବେଳେ ବାଙ୍ଗିରିପୋଷିର ୩୩, ବଡ଼ସାହିର ୧୦୨ ଓ ୨୨ ନମ୍ବର ବୁଥ୍ ଅଚଳ ହୋଇଯାଇଛି। ରାଇରଙ୍ଗପୁରର ୧୪୨, ୧୪୩ ଓ ୧୯୭ ନମ୍ବର ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଦେଖାଯାଇଛି। ସାରସକଣାର ୩୯ ଓ ୬୦ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଛି।

You might also like