• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର :  ରାତି ପାହିଲେ ତୃତୀୟ ସଂଗ୍ରାମର ମହାଫାଇଟ୍। ତାପୂର୍ବରୁ କିନ୍ତୁ ରକ୍ତରଂଜିତ ହେଲାଣି ରାଜନୀତି। ଗତକାଲି ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଭାଙ୍ଗିଯାଇଛି ଭୁବନେଶ୍ୱର ମଧ୍ୟର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି। ଚୁର୍‌ମାର୍ କାର୍‌ର କାଚ। କିନ୍ତୁ ବର୍ତ୍ତିଯାଇଛନ୍ତି ଜଗନ୍ନାଥ। କାଲି ପ୍ରଚାର ସାରି ଡେଲ୍‌ଟା କଲୋନୀର ଦଳୀୟ ଅଫିସକୁ ଯାଉଥିବାବେଳେ ଗାଡ଼ିକୁ ବୋମାମାଡ଼ କରାଯାଇଥିବା ଅଭିଯୋଗ କରିଛନ୍ତି ସେ।

ଘଟଣାପଛରେ ବିଜେଡି ପ୍ରାର୍ଥୀ ଅନନ୍ତ ଜେନାଙ୍କୁ ସେ ଦାୟୀ କରିଛନ୍ତି। ଜଗନ୍ନାଥଙ୍କ ଏହି ଅଭିଯୋଗର କିଛି ସମୟ ପରେ ତାଙ୍କ ଉପରକୁ ବୋମାମାଡ଼ କରାଯାଇଥିବା ଅଭିଯୋଗ ଆଣିଥିଲେ ଅନନ୍ତ ଜେନା। ସହଯୋଗୀଙ୍କ ସହିତ ଯାଉଥିବାବେଳେ ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କୁ ଆକ୍ରମଣ କରାଯିବା ସହ ବୋମାମାଡ଼ କରାଯାଇଥିବା ଅଭିଯୋଗ ଆଣିଥିଲେ।

ଜଗନ୍ନାଥଙ୍କ ସମର୍ଥକ ତାଙ୍କୁ ଏଭଳି ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲେ। ଏହାପରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା ଅନନ୍ତଙ୍କୁ। ଆଜି ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଭେଟିବାକୁ ଯାଇଥିଲେ।

ତେବେ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ୨ଟି ଭିଡ଼ିଓ। ଗୋଟିଏ ପୁଲିସ ପହଞ୍ଚିବା ପୂର୍ବର, ଆଉ ଗୋଟିଏ ପୁଲିସ ପହଞ୍ଚିବା ବେଳର। ପୂର୍ବରୁ ଠିକ୍‌ଠାକ୍ ଥିବା ବାମହାତର ସାର୍ଟ, ପୁଲିସ ପହଞ୍ଚିଲାବେଳକୁ ଚିରିଦିଆଯାଉଛି। ମୁଣ୍ଡରେ ସେଭଳି ଗୁରୁତର ଆଘାତ ନଥିଲେ ବି ବ୍ୟାଣ୍ଡେଜ୍ ବନ୍ଧାଯାଇଛି। ତେବେ ଏହି ଭାଇରାଲ୍ ଭିଡ଼ିଓର ସତ୍ୟତା ଯାହା ଥାଉନା କାହିଁକି, ଏହାକୁ ନେଇ କିନ୍ତୁ କଟାକ୍ଷ କରିଛି ବିଜେପି। ତାସହ ବିଜେପି ପ୍ରାର୍ଥୀ ଜଗନ୍ନାଥଙ୍କ ଉପରକୁ ହମ୍‌ଲା ନେଇ ସିଇଓଙ୍କ ଦ୍ୱାରସ୍ଥ ହୋଇଛି।

ସେପଟେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଅପରାଧୀଙ୍କୁ ପ୍ରାର୍ଥୀ କରି ବିଜେପି  ହିଂସା ଓ ଗୁଣ୍ଡାଗିରି କରି ଶାନ୍ତି ନଷ୍ଟ କରୁଛି ବୋଲି କହିଛନ୍ତି।ଘସିପୁରାରେ ବି ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ ନିରଂଜନ ପଟ୍ଟନାୟକ ଏବଂ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ। ପ୍ରଚାର ପାଇଁ ଯାଇଥିବା ଘସିପୁରା ଅବଜର୍ଭର ରମେଶ ଜେନା ଓ ୨୦ରୁ ଅଧିକ ସମର୍ଥକଙ୍କ ଉପରେ ଭଣ୍ଡାରିପଡ଼ା ଛକ ନିକଟରେ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଏଥିପାଇଁ ବଦ୍ରି ପାତ୍ରଙ୍କୁ ଦାୟୀ କରିଛନ୍ତି ନିରଂଜନ। ସେପଟେ ଆକ୍ରମଣରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଆନନ୍ଦପୁର ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ କଂଗ୍ରେସ କର୍ମୀ। ବଦ୍ରି ପାତ୍ର କହିଛନ୍ତି କଂଗ୍ରେସ ବାହାରୁ ଗୁଣ୍ଡା ଆଣି ଆତଙ୍କ ଖେଳାଉଛି।

Vote-violence-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories