ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଭୋଟଦାନ ହାର କମିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ସେ କହିଛନ୍ତି, ବାଲେଶ୍ୱରରେ ୭୦ ଦଶମିକ ୬୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୬୯ ଦଶମିକ ୬୬ ପ୍ରତିଶତ ମତଦାନ ହୋଇଛି। ଯାହା ପୂର୍ବ ସାଧାରଣ ନିର୍ବାଚନରେ ଭୋଟଦାନ ହାର ଠାରୁ ସାମାନ୍ୟ କମିଛି।  ସୂଚନା ଅନୁସାରେ, ଗତ ସାଧାରଣ ନିର୍ବାଚନରେ ଭୋଟ୍‌ ହାର ବାଲେଶ୍ୱରରେ ୭୧ ଦଶମିକ ୨୯ ପ୍ରତିଶତ ଏବଂ ତିର୍ତ୍ତୋଲରେ ୭୪ ଦଶମିକ ୦୯ ପ୍ରତିଶତ ଥିଲା।

ସେହିଭଳି କରୋନା ସମୟରେ କିପରି ଭୋଟଗ୍ରହଣ ହୋଇପାରିବ, ଆକ୍ରାନ୍ତମାନେ କିପରି ଭୋଟ୍‌ ଦେଇପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା ହୋଇଥିଲା। ତିର୍ତ୍ତୋଲରେ ୩ ହଜାର ୧୯୩ ପୋଷ୍ଟାଲ ବାଲାଟ ଏବଂ ୧୦୪ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି। ବାଲେଶ୍ୱରରେ ୧ ହଜାର ୬୩୧ ପୋଷ୍ଟାଲ ବାଲାଟ ଏବଂ ୬ ଜଣ କରୋନା ଆକ୍ରାନ୍ତ ଭୋଟ୍ ଦେଇଛନ୍ତି। ଭୋଟ ଗ୍ରହଣ ପରେ ଇଭିଏମ୍ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ରଖାଯାଇଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Other Stories