ମୃତ ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ଭଏସ୍‌ ମେସେଜ୍ ଭାଇରାଲ୍

ସମ୍ବଲପୁର: ସମ୍ବଲପୁରୀ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ ସିଂଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍‌ସ ବଢ଼ିବାରେ ଲାଗିଛି। କିଭଳି ଓ କେଉଁ ପରିସ୍ଥିତିରେ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହା ଭିତରେ ସିମରନଙ୍କ ଏକ ଭଏସ୍ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି।

ମୃତ୍ୟୁ ପୂର୍ବରୁ ସିମ୍‌ରନ୍‌ ତାଙ୍କ ବନ୍ଧୁଙ୍କ ପାଖକୁ ପଠାଇଥିବା ଏହି ଭଏସ୍ ମେସେଜ୍‌ରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କଥା କହିଛନ୍ତି। ଖାଲି ଏତିକି ନୁହେଁ ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ସେ ଦୂରକୁ ଚାଲି ଯାଉଥିବା କଥା ମଧ୍ୟ କହିଛନ୍ତି।

ତେବେ ଟ୍ରେନ୍‌ରେ ଯାଉଥିବା ବେଳେ ମେସେଜ୍ ରେକର୍ଡିଂ ହୋଇଥିବା ଅନୁମାନ କରାଯାଉଛି।

ପଶ୍ଚିମ ଓଡ଼ିଶା ସମେତ ସାରା ରାଜ୍ୟରେ ଚହଳ ପକାଇଥିବା ସମ୍ବଲପୁରୀ ମ୍ୟୁଜିକ୍ ଆଲ୍‌ବମ୍ ‘ସେଲ୍‌ଫି ବେବୋ’ ଫେମ୍ ସିମ୍‌ରନଙ୍କ ମୃତଦେହ ଗତକାଲି ଗୋଇରା ମଠ ନିକଟ ମହାନଦୀ ପୋଲ ତଳୁ ମିଳିଥିଲା। ତାଙ୍କ ମୁଣ୍ଡ, ମୁହଁ ସମେତ ଶରୀରର ବିଭିନ୍ନ ଅଂଶରେ ଗଭୀର କ୍ଷତ ରହିଥିବା ଜଣାପଡ଼ିଥିଲା।

ସେପଟେ ଝିଅକୁ ହତ୍ୟା କରାଯାଇଛି କିମ୍ବା ମାତ୍ରାଧିକ ନିର୍ଯାତନା ଯୋଗୁଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସିମ୍‌ରନଙ୍କ ମାଆ ସନ୍ଦେହ କରୁଛନ୍ତି। ଘଟଣା ପଛରେ ସମ୍ବଲପୁରୀ ସିଙ୍ଗର ରୁକୁ ସୁନାଙ୍କ ସଂପର୍କୀୟ ତଥା ସିମରନଙ୍କ ସ୍ୱାମୀ ୟୁଗ୍ ସୁନାଙ୍କ ହାତ ଥିବା ସେ ଅଭିଯୋଗ ଆଣିଛନ୍ତି।

ଦୁଇ ମାସ ତଳେ ବଲାଙ୍ଗିରର ୟୁଗ୍‌ଙ୍କୁ ସିମ୍‌ରନ୍‌ ପ୍ରେମ ବିବାହ କରିଥିଲେ। ତେବେ ଅନ୍ୟ ଜଣେ ଯୁବତୀଙ୍କୁ ବାହା ହେବା ଲାଗି ମନ ବଳାଇଥିବା ୟୁଗ୍‌, ସିମ୍‌ରନ୍‌ଙ୍କୁ ନିୟମିତ ଶାରିରୀକ ଓ ମାନସିକ ନିର୍ଯାତନା ଦେଇଆସୁଥିବା ମାଆ ଅଭିଯୋଗ କରିଛନ୍ତି।

ପୂର୍ବରୁ ଏନେଇ ଝାରସୁଗୁଡ଼ା ଥାନାରେ ମଧ୍ୟ କେସ୍ ହୋଇଥିଲା। ସେଲ୍‌ଫି ବେବୋ, ରିମ୍‌ଝିମ୍ ପାନି, ରିକ୍ସାବାଲା ଭଳି ଅନେକ ଲୋକପ୍ରିୟ ଆଲ୍‌ବମ୍‌ରେ ସିମ୍‌ରନ୍‌ ଅଭିନୟ କରିଥିଲେ। ତାଙ୍କ ମୃତ୍ୟୁରେ ସହ-କଳାକାର ଓ ଆଲବମ୍ ପ୍ରଯୋଜକ ଦୁଃଖ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

ପିଜି ପ୍ରବେଶିକା ପରୀକ୍ଷାର ସମୟସାମା ଦୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

You might also like