କୋରାପୁଟ୍ ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ 5T ସଚିବ

କୋରାପୁଟ: କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ 5T ସଚିବ ଭିକେ ପାଣ୍ଡିଆନ୍‌। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ  5ଟି ସଚିବ ଭି.କେ. ପାଣ୍ଡିଆନ୍ ଜୟପୁର ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମୀକ୍ଷା କରିଛନ୍ତି।

ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ମେଡିକାଲରେ ପହଞ୍ଚିବା ପରେ ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। କୋଭିଡ୍ ମେଡିକାଲରେ କରୋନା ରୋଗୀଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି। କେତେ ବେଡ୍ ପଡ଼ିଛି ସେ ସବୁ ବୁଲି ଦେଖିଛନ୍ତି।

ଏଥିସହ ମେଡିକାଲ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କୋରାପୁଟ ଜିଲ୍ଲାରେ ମୋଟ ୩୫୩ ସାମ୍ପଲରୁ ୧୬୮ଟି ରିପୋର୍ଟ ଆସିଛି ଯାହା ନେଗେଟିଭ୍ ଆସିଛି। ସ୍ୱାବ୍ ଟେଷ୍ଟିଂ ପାଇଁ ଚେନ୍ନାଇରୁ ଏକ ମେଡିକାଲ ଟିମ୍ ଆସୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ମାଲକାନଗିରିରେ କୋଭିଡ୍ ହସ୍ପିଟାଲର ସ୍ଥିତି ବି ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଓ 5T ସଚିବ। କରୋନା ଆକ୍ରାନ୍ତଙ୍କ ପାଇଁ କଣ ସବୁ ବ୍ୟବସ୍ଥା କରାଯାଇଛି ତାର ତଦାରଖ କରିଛନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପୁରୁଣା ମେଡିକାଲକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିଛି। ସେଠାରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

You might also like