ଭୁବନେଶ୍ୱର ପରେ କଟକ ବିଶାଲ୍ ମେଗା ମାର୍ଟ ସିଲ୍

କଟକ: ବଜ୍ରକବାଟି ରୋଡ୍ ସ୍ଥିତ ଭିସାଲ ମେଗା ମାର୍ଟ ଦୋକାନ ସିଲ୍। କୋଭିଡ କଟକଣା ଉଲ୍ଲଂଘନ ଅଭିଯୋଗରେ ଦୋକାନ ସିଲ୍ କରାଯାଇଛି। ସିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡର ଚଢାଉ ପରେ ଦୋକାନକୁ ସିଲ୍ କରାଯାଇଛି। ଅଧିକ ଗହଳି ଥିବାରୁ କୋଭିଡ ନିୟମ ଦୋକାନୀ ଉଲ୍ଲଂଘନ କରିଥିଲେ। ଗତ ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରର ବିଭିନ୍ନ ସପିଂ ମଲ ଓ ରେଷ୍ଟ୍ରୁରାଣ୍ଟରେ ଚଢାଉ କରାଯାଇଥିଲା।

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ୍ ମେଗା ମାର୍ଟକୁ ଶୁକ୍ରବାର ସିଲ୍ କରିଥିଲା ବିଏମ୍‌ସି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏସ୍‌ସି ଏହାକୁ ସିଲ୍ କରିଥିଲା।ଏହା ସହିତ ମାର୍କେଟ୍ ବିଲ୍ଡିଂରେ ଥିବା ‘କୁଇନ୍ସ କଲେକ୍ସନ’ ଦୋକାନରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା। ସେଠାରେ ଥିବା ‘ବଜାର କୋଲକାତା’ ଓ ‘ସିଟି ଫେସନ’ରୁ ମଧ୍ୟ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଆଦାୟ କରାଯାଇଥିଲା।

You might also like