ସିଲ୍‌ ହେଲା ମାର୍କେଟ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ(BMC) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାର୍କେଟ ବିଲ୍ଡିଂରେ ଥିବା ବିଶାଲ ମେଗା ମାର୍ଟକୁ ସିଲ୍ କରିବା ସହ ଅନ୍ୟ କେତେକ ଦୋକାନରୁ ୨୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

କୋଭିଡ ନିୟମ ଠିକ୍‌ ଭାବରେ ପାଳନ ହେଉଛି କି ନାହିଁ, ବିଏମ୍‌ସି ଅଧିକାରୀମାନେ ୟୁନିଟ ୨ ମାର୍କେଟରେ ଯାଞ୍ଚ କରିବା ବେଳେ ଦେଖିବାକୁ ମିଳିଥିଲା ଯେ, ଅନେକ ସ୍ଥାନରେ ନିୟମ ଠିକ୍‌ ଭାବେ ପାଳନ କରାଯାଉ ନାହିଁ। କୋଭିଡ ଗାଇଡ୍‌ଲାଇନ୍‌ର ଖୋଲାଖୋଲି ଉଲ୍ଲଂଘନ ଦେଖି ବିଶାଲ ମେଗା ମାର୍ଟକୁ ସିଲ୍ କରିଥିଲା ବିଏମ୍‌ସି। ଏହା ସହିତ ୟୁନିଟ ୨ ମାର୍କେଟରେ ଥିବା କେତେକ ଦୋକାନରୁ ଜରିମାନା ଆଦାୟ କରାଯାଇଥିଲା।

ଅନ୍ୟପକ୍ଷେ, କୋଭିଡ୍ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ BMC ନୂଆ ଗାଇଡ୍‌ଲାଇନ୍ ଜାରି କରିଛି। ଏଣିକି ବିବାହ ଉତ୍ସବରେ ୧୦୦ ଜଣଙ୍କ ଉପସ୍ଥିତି ପାଇଁ ଅନୁମତି ମିଳିବ। ଏହାସହ ଶୁଦ୍ଧି କାର୍ଯ୍ୟ ଲାଗି ୫୦ ଜଣଙ୍କୁ ଅନୁମତି ମିଳିବ।

You might also like