୨ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣା: ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଏସ୍‌ପି

ଝାରସୁଗୁଡ଼ା: ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଦୁଇ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାରେ ଅଭିଯୋଗ ହେଲେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଝାରସୁଗୁଡ଼ା ଏସ୍‌ପି କହିଛନ୍ତି।

ଏହି ଘଟଣାକୁ ନେଇ ଯଦି ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ କରାଯାଏ ତେବେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

କୁଚିଣ୍ଡାର ଏକ ଜଣାଶୁଣା କଲେଜର ୟୁନିଫର୍ମରେ ଥିବା ଦୁଇ ଜଣ ଛାତ୍ରୀ ଜଣେ ଯୁବକଙ୍କ ସହ ଏକ ଜଙ୍ଗଲିଆ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ କିଛି ଲୋକ ନିର୍ଯାତନା ଦେଇଥିଲେ। ଏପରିକି ଯୁବତୀ ଦୁଇ ଜଣ ଗୋଡ଼ ଧରି ନେହୁରା ବି ହୋଇଥିଲେ। ହେଲେ ଦୁର୍ବୃତ୍ତମାନେ ସେମାନଙ୍କୁ ଛାଡ଼ି ନ ଥିଲେ। ଓଲଟା ସେମାନଙ୍କଠାରୁ ୫ ହଜାର ଟଙ୍କା ଦାବି କରିଥିଲେ। ଭାଇରାଲ୍‌ ହୋଇଥିବା ଏହି ଭିଡିଓଟି ବର୍ଷକ ତଳର ହୋଇଥିବା ବେଳେ ଏବେ ଭାଇରାଲ ହୋଇଥିବାରୁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

You might also like