ATM ମେସିନ୍‌ରେ ପରିସ୍ରା କଲେ କନେଷ୍ଟବଳ , ଭିଡ଼ିଓ ଭାଇରାଲ୍‌

ବାରିପଦା (ମାଣିକଲାଲ୍‌ ପାଣି): ଏଟିଏମ୍‌ କାଉଣ୍ଟର ଭିତରେ ଏଟିଏମ୍‌ ମେଶିନ୍‌ ଉପରେ ପରିସ୍ରା କଲେ ଜଣେ କନଷ୍ଟେବଳ। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ସଦର ମହକୁମାରେ ଘଟିଛି। କନ୍‌ଷ୍ଟେବଳ ଜଣକ ନିଶାସକ୍ତ ଅବସ୍ଥାରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

ବାରିପଦା ମ୍ୟୁନିସିପାଲିଟି ଅଫିସ୍‌ ପାଖରେ ରହିଛି ଏକ ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର। ଗତକାଲି ରାତିରେ କନ୍‌ଷ୍ଟେବଳ ସମୀର ସେଠୀ ନିଶାସକ୍ତ ଅବସ୍ଥାରେ ମୁକୁଳା ଦେହରେ ଏଟିଏମ୍‌ ଭିତରେ ପଶିଥିଲେ। ପରେ ଏଟିଏମ୍‌ ମେସିନ୍‌ ଉପରେ ପରିସ୍ରା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଶ୍ରୀ ସେଠୀଙ୍କର ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଭିଡିଓ ସୁଟିଂ କରି ହ୍ୱାଟ୍ସଆପ୍‌ରେ ଶେୟାର କରିଛନ୍ତି। ଯାହା ଏବେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲିଛି।

ଶ୍ରୀ ସେଠୀ ଆଜି ମଧ୍ୟ ନିଶାସକ୍ତ ଅବସ୍ଥାରେ ବଜାରରେ ଘୂରି ବୁଲୁଛନ୍ତି। ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

ସୂଚନାରୁ ପ୍ରକାଶ, ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀ ସେଠୀଙ୍କୁ ୬ ମାସ ତଳେ ସସ୍‌ପେଣ୍ଡ କରାଯାଇଥିଲା। ସେହିଦିନଠାରୁ ସେ ଫେରାର ଥିଲେ। ଜିଲ୍ଲା ପୁଲସ ତାଙ୍କର ପତ୍ତା ପାଉନଥିଲା। ଗତକାଲିର ଭିଡିଓ ସାମ୍ନାକୁ ଆସିବା ପରେ ଶ୍ରୀ ସେଠୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଆଜି ଏହି ଘଟଣା ସଂପର୍କରେ ମୟୁରଭଞ୍ଜ  ରିଜର୍ଭ ପୁଲିସ୍‌ ଇନିସ୍‌ପେକ୍ଟରଙ୍କୁ  ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିନଥିଲେ। କିନ୍ତୁ ଏଭଳି କାର୍ଯ୍ୟକୁ ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି।

ଏ ଘଟଣାରେ ସଂପୃକ୍ତ କନେଷ୍ଟବଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ଆଜି ମୟୁରଭଞ୍ଜ ଏସ୍‌ପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ପରୀ ହତ୍ୟା ପ୍ରସଙ୍ଗରେ ସମ୍ବିତଙ୍କ ପ୍ରଶ୍ନ; ଓଡ଼ିଶାର ୯ ଜଣ କଂଗ୍ରେସ ବିଧାୟକ କାହିଁକି ଚୁପ୍ ?

ପରୀ ପ୍ରସଙ୍ଗରେ ଗୃହରେ କାହିଁକି ଚୁପ୍ ରହିଲା କଂଗ୍ରେସ ? କାରଣ କହିଲେ ସାଲୁଜା

କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

You might also like