• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar
  • ଦେହକୁ ଚୁମ୍ବକ କରୁଛି କି କରୋନା ଟିକା?
  • ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି?
  • ଦେଶରେ ବିଭିନ୍ନ ସ୍ଥାନରୁ ଆସୁଥିବା ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା
  • ରାଜ୍ୟର ଏକାଧିକ ସ୍ଥାନରୁ ଆସିଲା ସମାନ ଦୃଶ୍ୟ
  • ଚିକିତ୍ସା ବିଜ୍ଞାନୀଙ୍କ ମତରେ ଧାରଣା ସଂପୂର୍ଣ୍ଣ ଅମୂଳକ
  • ସତ୍ୟାସତ୍ୟ ପରଖି PIB କହିଲା ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ

ଭୁବନେଶ୍ୱର: କରୋନା ଟିକାର ଉଭୟ ଡୋଜ୍ ନେବା ପରେ ଶରୀରରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି। ଏଭଳି ଘଟଣା ଏବେ ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଏହାକୁ ନେଇ ଏବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ବି ଉଙ୍କି ମାରୁଛି। ତେବେ କିଛି ଚିକିତ୍ସା ବିଜ୍ଞାନୀ, ସରକାର ଏବଂ ବିଭିନ୍ନ ସଂସ୍ଥା ଲୋକଙ୍କଠାରେ ଥିବା ଏ ଧାରଣାକୁ ସଂପୂର୍ଣ୍ଣ ଅମୂଳକ ବୋଲି କହିବା ସତ୍ତ୍ୱେ ବି ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍ ସାଜିଛି ଏଭଳି ଖବର।

କୋଭିଡ୍ ଟିକାର ଦୁଇଟି ଯାକ ଡୋଜ୍ ନେଲେ ଦେହରେ ସୃଷ୍ଟି ହେଉଛି କି ଚୁମ୍ବକୀୟ ଶକ୍ତି? ଷ୍ଟିଲ୍ ଚାମଚ, କଏନ, ଛୁରୀ ଓ ସ୍କ୍ରୁ ଡ୍ରାଇଭର ଭଳି ଧାତବ ପଦାର୍ଥକୁ ଚୁମ୍ବକ ଭଳି ଭିଡ଼ି ଧରୁଛି ମଣିଷ ଶରୀର? ଗଲା କିଛି ଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ଭାଇରାଲ ହେଉଛି ଏଭଳି ଭିଡିଓ। ମହାରାଷ୍ଟ୍ରର ନାସିକରେ ଜଣେ ବ୍ୟକ୍ତି ନିଜ ଦେହରେ ବିଭିନ୍ନ ଧାତବ ସାମଗ୍ରୀ ଲଗାଇ କୋଭିଡ୍ ଟିକା ନେବା ପରେ ଏମିତି ହେଉଥିବା ଦାବି କରିବା ପରଠୁ ପୁରା ଦେଶରେ ଭାଇରାଲ ହୋଇଛି ଏକାଧିକ ଭିଡିଓ। ଏ ଟ୍ରେଣ୍ଡ୍ ଏବେ ଓଡ଼ିଶାରେ ବି ପହଞ୍ଚିଛି। ସୋସିଆଲ ମିଡିଆରେ ଏଭଳି ଗଣ୍ଡା ଗଣ୍ଡା ଭିଡିଓ ଘୁରି ବୁଲୁଥିବା ବେଳେ କୌତୁହଳବଶତଃ ଆମ ରାଜ୍ୟରେ ବି ଅନେକ ଲୋକ ଏହାର ସତ୍ୟତା ଯାଞ୍ଚ୍ କରିବାକୁ ପଛାଇ ନାହାନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରୁ ସମାନ ଧରଣର ଏକାଧିକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛିି।

କୋଭିଡ୍ ଭ୍ୟାକସିନ୍ ନେବା ପରେ ଦେହରେ ଇଲେ୍ରୋ ମ୍ୟାଗ୍ନେଟିକ୍ ଫିଲ୍ଡ ତିଆରି ହେବା ଧାରଣାକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏପରିକି ନିକଟରେ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ ବା ସିଡିସି ଏହା ମିଛ ବୋଲି ସ୍ପଷ୍ଟୀକରଣ ରଖି ସାରିଛି। ନିକଟରେ ପ୍ରେସ ଇନଫରମେସନ୍ ବ୍ୟୁରୋ PIB ମଧ୍ୟ ଏହାର ସତ୍ୟତା ପରଖିବା ପରେ ଏ ଘଟଣାକୁ ସଂପୂର୍ଣ୍ଣ ଭ୍ରାନ୍ତ ବୋଲି ଦର୍ଶାଇବା ସହ ଟିକା ସଂପୂର୍ଣ୍ଣ ନିରାପଦ ବୋଲି କହିଛି ତେଣୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଦୃଶ୍ୟ କରୋନା ଟିକାର ବିଶ୍ୱସନୀୟତା ବିରୋଧରେ ଗୁଜବକୁ ବଳ ଯୋଗାଉଥିବା କୁହାଯାଇଛି।ଋ

ଧାତବ ପଦାର୍ଥକୁ ଶରୀର ଆକର୍ଷଣ କରିବା ପଛରେ କିଛି ବିଜ୍ଞାନ ସମ୍ମତ କାରଣ ରହିଛି ନା ଟିକା ବିରୋଧରେ ନକାରାତ୍ମକ ସନ୍ଦେଶ ସୃଷ୍ଟି ପାଇଁ କିଛି ଲୋକ ଗୁଜବରେ ମାତି ଏଭଳି ଟ୍ରିକ୍ ଆପଣାଉଛନ୍ତି? ସୋସିଆଲ ମି଼ଡିଆରେ ଏମିତି ଦୃଶ୍ୟ ବହୁଳ ଭାବେ ଟ୍ରେଣ୍ଡ୍ ହେଉଥିବାରୁ କିଛି ଲୋକ କୌତୁହଳବଶତଃ ଏ ଧାରଣାକୁ ନିଜଠାରେ ପ୍ରୟୋଗ କରି ଶସ୍ତା ଲୋକପ୍ରିୟତା ହାସଲ କରୁ ନାହାନ୍ତି ତ?

Viral-video-claims-people-turning-magnets-after-taking-vaccine
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories