ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା: ଭିଡିଓ ଭାଇରାଲ୍

କୋରାପୁଟ: ଥାନା ସମ୍ମୁଖରେ ମହିଳାଙ୍କୁ ଠେଲାପେଲା ଅଭିଯୋଗ ହୋଇଛି। ଏହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓରେ ଘଟଣା ସ୍ଥଳରେ ଜଣେ ମହିଳା ପୋଲିସ ବି ଉପସ୍ଥିତ ଥିବାର ଦେଖାଯାଉଛି। ତାଙ୍କ ସହ ୩ରୁ ୪ ଜଣ ପୋଲିସ କର୍ମଚାରୀ ମହିଳା ଜଣଙ୍କୁ ଠେଲି ଠେଲି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖାଯାଉଛି।  ଭାଇରାଲ୍ ହୋଇଥିବା ଦୃଶ୍ୟଟି କୋରାପୁଟ ଜିଲ୍ଲା ଆଦର୍ଶ ଥାନାର।

ସମ୍ପୃକ୍ତ ମହିଳାଙ୍କ ପୁଅ କରୋନା କଟକଣା ଉଲଙ୍ଘନ କରିଥିବାରୁ ପୋଲିସ ତାଙ୍କୁ ପଚରାଉଚୁରା କରିଥିଲ। ସେଠାରେ ଯୁକ୍ତିତର୍କ ହେବା ପରେ ପୋଲିସ ମାମଲା ରୁଜୁ କରିଥିବା ଏସ୍‌ପି ମୁକେଶ ଭାମୁ କହିଛନ୍ତି।

ଏହାରି ଭିତରେ ତମାମ ଘଟଣାକୁ ନେଇ ଏସ୍‌ପି ନାପସନ୍ଦ କରିବା ସହ ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ ପାଇଁ ଅତିରିକ୍ତ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି।

 

You might also like