ପୁଣି କ୍ୟାପିଟାଲ ଥାନାରେ ହାଜର ହେଲେ ଓଟିଭି ଡିଜିଟାଲ ଏଡିଟର

ଭୁବେନଶ୍ୱର: କରୋନା ଅନୁଭୂତିକୁ ନେଇ ଭାଇରାଲ ଅଡିଓ ସଂପର୍କିତ ମାମଲାରେ ଆଜି ପୁଣି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ଓଟିଭି ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳ। ଅମରେଶଙ୍କୁ ଆଜି ୩ ଘଣ୍ଟାରୁ ଅଧିକ ସମୟ ଜେରା କରିଛି ପୋଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅମରେଶ ଥାନାରେ ହାଜର ହୋଇଥିଲେ।

ଏହା ପୂର୍ବରୁ ମଧ୍ୟ ପୁଲିସ ଅମରେଶଙ୍କୁ ୪ ଘଣ୍ଟା ପାଇଁ ଜେରା କରିସାରିଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଗତ ୧୭ ତାରିଖରେ ଓଟିଭି କର୍ମଚାରୀଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ସହ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ସେହି ଅନୁସାରେ, ଅମରେଶ ଥାନାରେ ହାଜର ହୋଇଥିଲେ।  ଅମରେଶଙ୍କ ପୂର୍ବରୁ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି ଥାନାରେ ୨ଥର ହାଜର ହୋଇସାରିଛନ୍ତି।୨ ଥରରେ ଦେବେନ୍ଦ୍ରଙ୍କୁ ମୋଟ ୧୦ ଘଣ୍ଟା ଜେରା କରିଥିଲା ପୋଲିସ।

ପୂର୍ବରୁ ଏହି ଭାଇରାଲ୍ ଅଡ଼ିଓ ମାମଲାରେ କମିଶନରେଟ୍ ପୋଲିସ ଦୁଇ ଜଣଙ୍କ ମଧ୍ୟରେ ସାଧାରଣ କଥାବାର୍ତ୍ତାକୁ ନେଇ ଦୁଇ ନିରୀହ ଲୋକଙ୍କୁ ଗିରଫ କରିଥିଲା। ପରେ ସେମାନେ ଜାମିନ୍‌ରେ ଆସିଛନ୍ତି। ଉକ୍ତ ଭାଇରାଲ୍ ଅଡିଓରେ କରୋନା ଚିକିତ୍ସା ଲାଗି କେନ୍ଦ୍ର ସରକାର ଜଣେ ରୋଗୀ ପିଛା ଦେଢ଼ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଦେଉଛନ୍ତି ବୋଲି ଦୁଇ ଲୋକ କଥା ହେଉଥିଲେ। ଉକ୍ତ ଅର୍ଥକୁ ବିଏମ୍‌ସି ଏବଂ ସମ୍, କିମ୍ସ, ହାଇଟେକ୍ ହସପିଟାଲ ଓ ସ୍ୱାସ୍ଥ୍ୟ ବିଭାଗ ହେରଫେର କରୁଥିବା ଦୁଇ ସାଧାରଣ ଲୋକଙ୍କ କଥାବାର୍ତ୍ତାକୁ ନେଇ ବିଏମ୍ସି ଆପତ୍ତି ଉଠାଇବା ସହ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲା।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like