ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା

NH ଅବରୋଧ କଲେ ଲୋକେ

କୋରାପୁଟ : କୋରାପୁଟ କୋଟପାଡ଼ ଥାନା ସାମ୍ନାରେ NH ଅବରୋଧ କଲେ ଲୋକେ । ଏକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି କୋଟପାଡ଼ ଥାନା ଢମଣାହାଣ୍ଡି ନିକଟରେ ଏକ ଦୁର୍ଘଟଣା ଘଟିଥିଲା।

କାର୍ ଧକ୍କାରେ ବାଇକ୍‌ରେ ଯାଉଥିବା ୩ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ତେଜନା ଦେଖାଦେଇଛି।

You might also like