‘ହିଂସା ଘଟାଇଥିବା ଲୋକ ଚାଷୀ ନୁହଁନ୍ତି’

ଭୁବନେଶ୍ୱର: ଲାଲକିଲ୍ଲା ଅଭିମୁଖେ ମାଡ଼ି ଯାଉଥିବା ବେଳେ ଦିଲ୍ଲୀରେ ମୁହାଁମୁହିଁ ଚାଷୀ ଓ ଦିଲ୍ଲୀ ପୋଲିସ ମୁହାଁମୁହିଁ ହୋଇଛନ୍ତି।  ପୋଲିସ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୋଲିସ ଚାଷୀଙ୍କ ଟ୍ରାକ୍ଟର ରାଲିକୁ ଅଟକାଇଛି। କୃଷକମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।  ଏହାସହ ପରିସ୍ଥିତି ଅଣାୟତ ହେବାରୁ ସିଂଘୁ ସୀମାନ୍ତରେ ଲାଠି ଚାଳନା ମଧ୍ୟ କରିଛି ପୋଲିସ। ଏହି ହିଂସାରେ ଜଣେ ଚାଷୀର ମୃତ୍ୟୁ ହୋଇଛି।

ତେବେ ଦିଲ୍ଲୀରେ ଟ୍ରାକ୍ଟର ରାଲି ନାଁରେ ହିଂସାକୁ ନିନ୍ଦା କରିଛନ୍ତି ଚାଷୀ ନେତା ଅକ୍ଷୟ କୁମାର। ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି ଯେ ଯେଉଁମାନେ ଏହା କରିଛନ୍ତି ସେମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନୁହନ୍ତି। କିଛି ଅସାମାଜିକ ବ୍ୟକ୍ତି ଏହା କରିଛନ୍ତି, ଏହା ବହୁତ ନିନ୍ଦନୀୟ। ସରକାର ସେମାନଙ୍କ ଉପରେ ଯେକୌଣସି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ କହିଛନ୍ତି।

ସେହିପରି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲିରେ ଗଣ୍ଡଗୋଳ ଘଟଣାରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା, ସରକାରଙ୍କ ଅନୁମତିର ଦୂରୁପଯୋଗ କରାଯାଇଛି। କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଗଣ୍ଡଗୋଳ କରିଛନ୍ତି, ସେମାନେ ଚାଷୀ ନୁହଁନ୍ତି। ଭାରତର ଚାଷୀ ଶାନ୍ତିପ୍ରିୟ, ୯୦% ଚାଷୀ ଆଇନକୁ ସ୍ୱାଗତ କରିଛନ୍ତି। କିଛି ଅସାମାଜିକ ତତ୍ତ୍ୱ ନିଜ ସ୍ୱାର୍ଥସାଧନ ପାଇଁ ଚାଷୀଙ୍କ ନାଁରେ ଗଣ୍ଡଗୋଳ କରୁଛନ୍ତି ବୋଲି ଗୋଲକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଆଲୋଚନାରେ ସମାଧାନ ହୁଏ, ଆନ୍ଦୋଳନରେ ହୁଏ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ସଂଗଠନ କମିଟି ଗଠନ କରନ୍ତୁ। ସରକାରାଙ୍କ ସହ ଆଲୋଚନା କରନ୍ତୁ, ଅନୁମତିର ଦୂରୁପଯୋଗ ନକରନ୍ତୁ।

ଜାନୁଆରୀ ୨୬ ତାରିଖରେ ଦିଲ୍ଲୀର ଦିନ ଦୟାଲ ଉପାଧ୍ୟାୟ ମାର୍ଗରେ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ହୋଇଛି। ଆଜି କୃଷକମାନେ ନିୟମ ଭାଙ୍ଗି ପ୍ରଦର୍ଶନ କରିବା ବେଳେ ଟ୍ରାକ୍ଟରଟି ଜଣଙ୍କର ଉପରେ ଓଲଟି ପଡ଼ିଥିଲା। ବିକ୍ଷୋଭ ବେଳେ କୃଷକମାନେ ଆଜି ନିୟମ ଭାଙ୍ଗି ଦିଲ୍ଲୀରେ ଅନେକ ସ୍ଥାନରେ ପୋଲିସ ବ୍ୟାରିକେଡ୍ ଭାଙ୍ଗିଥିଲେ। ଏହାପରେ ମୃତୟନ ଥିବା ପୋଲିସକର୍ମୀଙ୍କ ସହିତ ଧସ୍ତାଧସ୍ତି ଓ ପରେ ହିଂସାରେ ପରିଣତ ହୋଇଥିଲା। ଏହା ଛଡ଼ା ଅନେକ କୃଷକ ଲାଲ୍ କିଲା ଉପରେ ଛିଡ଼ା ହୋଇ ପତାକା ଉଡ଼ାଇବାକୁ ଚେଷ୍ଟା କରିଥିଲେ।

ଏହି ଘଟଣାରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଲାଠି ଚାର୍ଜ କରିବା ସହିତ ଲୁହ ବୁହା ଗ୍ୟାସ୍ ପ୍ରୋୟଗ କରିଛି ପୋଲିସ। କୃଷକ ହିଂସା ଦେଖାଦେବାରୁ ଦିଲ୍ଲୀର ଅନେକ ରୋଡ୍‌ ବ୍ଲକ କରାଯାଇଛି। ଦିଲ୍ଲୀ କେନ୍ଦ୍ରାଞ୍ଚଳ ଓ ପୂର୍ବ ଦିଲ୍ଲୀର ଉତ୍ତର ପୂର୍ବ ଦିଲ୍ଲୀର ରାସ୍ତାଗଡ଼ିକ ବ୍ଲକ କରିଦିଆଯାଇଛି।

You might also like