ଜମି ପାଇଁ ହଣାହଣି, ୧୦  ଗୁରୁତର

ମାଲକାନଗିରି: ଜଙ୍ଗଲ ଜମି ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ହଣାକଟା। ପରସ୍ପର ହଣାହଣି ହୋଇ ୧୦ ଗୁରୁତର। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ସୂଚନା ଅନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ୍‌ପିଭି -୮୧ରେ ଜମି ବିବାଦ ତେଜିଥିଲା। ପ୍ରାୟ ୬ ଏକର ଜମିରେ ଗୋଟିଏ ଗୋଷ୍ଠୀ ଚାଷ କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ସେହି ଜମି ଉପରେ ଧାନ ବୁଣୁଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀଙ୍କ ସଂଘର୍ଷରେ ୧୦ ଜଣ ଗୁରୁତର ଆହତ ହୋଇଥିଲେ।

ମୋଟୁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଏମ୍‌ଭି-୭୯ ହସ୍ପିଟାଲରେ ଭର୍ତ୍ତି କରିଛି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ୍ ଦୁଇ ଗୋଷ୍ଠୀର ଲୋକଙ୍କୁ ଅଟକ ରଖିଛି। ଗୋଟିଏ ଗୋଷ୍ଠୀ ଏମ୍‌ପିଭି-୮୧ ହୋଇଥିବା ବେଳେ ଅନ୍ୟ ଗୋଷ୍ଠୀ କୋଇକୁଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି।

You might also like