ଭିଡିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ

ସମ୍ବଲପୁର : ଭିଡ଼ିଓ ଭାଇରାଲ ପରେ ବିଭାଗ ଛାଡ଼ିଲେ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଭିମ୍‌ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସର୍ଜରୀ ୟୁନିଟ-୧ ଅଧିକାରୀ ଦାୟିତ୍ୱ ଛାଡିଛନ୍ତି। ଏନେଇ ସର୍ଜରୀ ବିଭାଗ ମୁଖ୍ୟଙ୍କୁ ପୂଜାହାରୀ ଚିଠି ଲେଖି ଜଣାଇଛନ୍ତି।

ପୂଜାହାରୀଙ୍କ ଲୁଣ ଥେରାପି, ତବଲା ଥେରାପି ଭିଡିଓ ଭାଇରାଲ ପରେ ସେ ସର୍ଜରୀ ବିଭାଗ ପଦବୀ ଛାଡିଛନ୍ତି। ପୂର୍ବରୁ କ୍ଲାସରୁମ୍‌ରେ ପଶି ପ୍ରଫେସରଙ୍କୁ କଡ଼ା ତାଗିଦ୍ ସହ ମଦ୍ୟପ ରୋଗୀଙ୍କୁ ୱାର୍ଡ ଭିତରେ ଚୁଟି କାଟି ଚରମ ପଦକ୍ଷେପ ନେଇ ବିବାଦୀୟ ହୋଇ ପଡିଥିଲେ ପୂଜାହାରୀ।

You might also like