ମୌଳିକ ସୁବିଧାରୁ ବଞ୍ଚିତ ଏମାନେ, ନା ଅଛି ରାସ୍ତାଘାଟ ନା ଶିକ୍ଷା ବ୍ୟବସ୍ଥା

ନୂଆପଡ଼ା:  ନା ଅଛି ରାସ୍ତା ଘାଟ ନା ଅଛି ଶିକ୍ଷାର ବ୍ୟବସ୍ଥା। ରୋଗଗ୍ରସ୍ତ ହେଲେ ଭଗବାନ ଭରସା। ସରକାରୀ ଯୋଜନା ତ ଦୂର କଥା ନିତିଦିନିଆ ସୁବିଧା ବି ଏଠାରେ ସାତ ସପନ।  ଆମେ କହୁଛୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଖଇରପଦର ପଞ୍ଚାୟତରେ ଥିବା ବାଞ୍ଚୀମୁଣ୍ଡା ଗାଁର କଥା।

ଏହି ଗାଁରେ ବହୁ ଦିନରୁ ପାଖାପାଖି ୩୫ଟି ପହରିଆ ପରିବାର ରହୁଛନ୍ତି। ବାଉଁଶ କାମ କରି ଏମାନେ ତେଲ ଲୁଣର ସଂସାରକୁ କଷ୍ଟେମଷ୍ଟେ ଚଳାଇ ନିଅନ୍ତି। ହେଲେ ମୌଳିକ ସୁବିଧା ଯେମିତି ଏହି ଗାଁ ବାସିନ୍ଦାଙ୍କ ପାଇଁ ସାତ ସପନ ପାଲଟିଛି। ବଣ ଜଙ୍ଗଲ ଘେରା ଏହି ଗାଁରେ ସରକାରୀ ସୁବିଧା ଏଯାଏଁ ପହଞ୍ଚି ପାରି ନାହିଁ।

ଗାଁର ସମସ୍ୟା ବିଷୟରେ ସରପଞ୍ଚ ଓ ବ୍ଲକ୍‌ ଅଧ୍ୟକ୍ଷା ଅବଗତ ହେଲା ପରେ ସେମାନେ ଗାଁ ବୁଲି ଦେଖିଛନ୍ତି। ଲୋକଙ୍କ ସମସ୍ୟା ବୁଝିବା ସହ ଶୀଘ୍ର  ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ, ଏହିସବୁ ଘଟଣାର ତଦନ୍ତ ପରେ  କରିସାରିବା ପରେ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସିନାପାଲି ବିଡିଓ କହିଛନ୍ତି।

You might also like