ଯାଜପୁର ଫେରନ୍ତାଙ୍କୁ ଗାଁରେ ପଶିବାକୁ ଦେଉ ନାହାଁନ୍ତି, ୫ ଶ୍ରମିକ ରାଜରାସ୍ତାରେ

କରଞ୍ଜିଆ: ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ଗମ୍ଭୀର ରୂପ ନେଇଛି। ଏହି ଜିଲ୍ଲାର ସର୍ବାଧିକ କରୋନା ରୋଗୀ ବାହାରିଛନ୍ତି। ସେଥିପାଇଁ ଏହି ଜିଲ୍ଲାକୁ ରେଡ୍‌ ଜୋନ ତାଲିକାରେ ରଖାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲ୍ଲାରୁ ଫେରୁଥିବା ଲୋକଙ୍କ ପ୍ରତି କଟକଣା  ଜାରି କରାଯାଇଛି। ଲକ୍‌ଡାଉନ ଯୋଗୁ ଏଠାରେ କାମଧନ୍ଦା ବନ୍ଦ ହୋଇ ଯାଇଛି। ତେଣୁ ଏଠାରେ ରହୁଥିବା ମୟୂରଭଞ୍ଜ ଜିଲ୍ଲାର କିଛି ଶ୍ରମିକ ଏବେ ନିଜ ଗାଁକୁ ଫେରି ଆସି ହଟହଟା ହୋଇଛନ୍ତି ।  ଗ୍ରାମବାସୀ ସେମାନଙ୍କୁ ଗାଁ ଭିତରକୁ ଯିବାକୁ ଅନୁମତି ଦେଉ ନାହାନ୍ତି। ଏପରିକି ଗାଁରେ ପଶିଲେ କିରୋସିନି ପକାଇ ଜାଳିଦେବାକୁ ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସାନରାରମଚନ୍ଦ୍ର ପୁରର ୨ ମହିଳାଙ୍କ ସହ ୫ ଜଣ ଶ୍ରମିକ କାମ କରିବା ପାଇଁ  ଯାଜପୁର ଯାଇଥିଲେ।ହେଲେ ଲକ୍‌ଡାଉନ ଯୋଗୁ ସେଠାରେ ତାଙ୍କୁ କାମ ଧନ୍ଦା ମିଳି ନ ଥିଲା। ତେଣୁ  ଖାଇବା ପିଇବାରେ ଅସୁବିଧା ହେବାରୁ ସେମାନେ ଗାଁକୁ ଫେରି ଆସିବାକୁ ଚାହିଁଥିଲେ। ସେମାନଙ୍କୁ ନେଇଥିବା ଠିକାଦାର ଶ୍ରମିକମାନଙ୍କୁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ।

୫ ଜଣ ଶ୍ରମିକ ଗାଁକୁ ଫେରୁଥିବାବେଳେ ହଠାତ୍‌ ଗାଁକୁ ନ ଆସିବାକୁ ସେମାନଙ୍କ ପାଖକୁ ଫୋନ ଆସିଥିଲା। ଏପରିକି ଗାଁରେ ପାଦ ଦେଲେ କିରୋସିନି ଢାଳି ଜାଲିଦେବୁ ବୋଲି ଧମକ ମିଳିଥିଲା। ତେଣୁ ସେମାନେ ଏବେ କୁଆଡେ ଯିବେ ଜାଣି ନ ପାରି  ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ହେଲେ ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇ ପାରିନାହିଁ।   ପଞ୍ଚାୟତ କ୍ୱାରେଣ୍ଟିନରେ ରଖାଯାଉ ବୋଲି ସେମାନ ଦାବି କରିଛନ୍ତି। ହେଲେ କିଛି ସଫଳ ହେବାରୁ ଥାନାର ଦ୍ୱାରସ୍ଥ ହୋଇଥିଲେ।

ହେଲେ ସେଠାରେ ମଧ୍ୟ କିଛି ଫଳ ନ ମିଳିବାରୁ ଶନିବାର ରାତି ତମାମ୍‌ ସେମାନଙ୍କୁ ଉପଜିଲ୍ଲାପାଳଙ୍କ ଅଫିସ ପରିସରରେ ଏବଂ ରବିବାର କରଞ୍ଜିଆ ଯାତ୍ରୀ ପ୍ରତକ୍ଷାଗାରରେ ଦିନ କାଟିବାକୁ ପଡ଼ିଛି। ସେମାନଙ୍କ  ରହିବା ବ୍ୟବସ୍ଥା କରାଯାଉ ନ ଥିବାରୁ ବହୁ ହଇରାଣ ହେଉଥିବା ଏହି ଶ୍ରମିକମାନେ କ୍ଷୋଭର ସହ କହିଛନ୍ତି।

ଏନେଇ କରଞ୍ଜିଆ ବିଡ଼ିଓଙ୍କୁ ପଚାରିବାରୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ ବୋଲି କହିଥିଲେ। ସେପଟେ ସ୍ଥାନୀୟ ଉପଜିଲ୍ଲାପାଳ ଘଟଣା ନେଇ କିଛି ଜାଣିନଥିବା କହିଥିଲେ। ବାହାରୁ ଫେରୁଥିବା ଲୋକଙ୍କ ରହିବ ନିମନ୍ତେ ପଞ୍ଚାୟତ କ୍ୱାରେଣ୍ଟିନ୍‌ରେ ବ୍ୟବସ୍ଥା କରାଯିବା ସତ୍ତ୍ୱେ ଏହି ଶ୍ରମିକମାନଙ୍କୁ ଗାଁରେ ପଶାଇ ଦିଆ ନ ଯିବା ଦୁଃଖର ବିଷୟ ବୋଲି ଅଭିଯୋଗ ହେଉଛି।

 

 

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like