କୋଭିଡ୍‌ ମୃତକଙ୍କ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ

କନ୍ଧମାଳ: ଜଙ୍ଗଲରେ ଶବ ସତ୍କାରକୁ ଗ୍ରାମବାସୀଙ୍କ ବିରୋଧ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଝୀପଡାରେ ମୃତକଙ୍କ ଶବ ସତ୍କାରକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏଠାକାର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଗ୍ରାମବାସୀ ତାଙ୍କର ଦେହାନ୍ତ କରୋନାରେ ହୋଇଛି ସନ୍ଦେହ କରି ଶବ ସତ୍କାରକୁ ବିରୋଧ କରିଛନ୍ତି। ତାଙ୍କ ଶବ ସତ୍କାର ପାଇଁ ପରିବାରଲୋକ ଓ ପ୍ରଶାସନ ମିଶି ମାଝୀପଡ଼ା ଜଙ୍ଗଲର ଘାଟି ଜାଗାକୁ ଆଣିଥିଲେ। ଖବର ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଶବ ସତ୍କାରକୁ ବିରୋଧ କରିଥିଲେ।

ସୂଚନା ଅନୁସାରେ, ଫିରିଙ୍ଗିଆରେ କୋଭିଡ ସଂକ୍ରମଣରେ ମୃତ ବ୍ୟକ୍ତିଙ୍କ ସତ୍କାର ପାଇଁ ପ୍ରଶାସନ ମଝାପଡା ଜଙ୍ଗଲର ଘାଟି ଜାଗାରେ ବ୍ୟବସ୍ଥା କରିଛି।  ତେବେ ଏହା ଗ୍ରାମବାସୀଙ୍କ ଅଜାଣତରେ ନିଷ୍ପତ୍ତି ହୋଇଥିବା ଅଭିଯୋଗ ହୋଇଛି।  ବିଭିନ୍ନ ସମୟରେ ଜଙ୍ଗଲରୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ନିକଟରେ ଥିବା ଝରଣା ପାଣିକୁ ବ୍ୟବହାର ମଧ୍ୟ କରୁଛନ୍ତି ଗାଁ ଲୋକେ। ଏଭଳି ପରିସ୍ଥିତିରେ ଏଠାରେ କୋଭିଡ ରୋଗରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ହେଲେ ସଂକ୍ରମଣ ବଢିବାର ଆଶଙ୍କା କରିଛନ୍ତି ଗ୍ରାମବାସୀ। ପରେ ଘଟଣାସ୍ଥଳକୁ ଫିରିଙ୍ଗିଆ ଥାନା ଆଇଆଇସି ଏବଂ ତହସିଲଦାର ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିଥିଲେ। ସେହି ଜାଗାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି।

 

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like