ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ

ବାଲେଶ୍ୱର: ଗଞ୍ଜାମରୁ ପଳାଇ ଆସୁଥିବା ଶ୍ରମିକଙ୍କୁ ଅଧା ରାସ୍ତାରେ ଅଟକାଇଲେ ଗାଁ ଲୋକେ। ବାଲେଶ୍ୱର ରେମୁଣା ନିକଟରେ ଅଟକି ରହିଛନ୍ତି ୬୦ରୁ ଅଧିକ ଶ୍ରମିକ।
ଗତକାଲି ବିଳମ୍ବିତ ରାତିରେ ଗଂଜାମରୁ ଏହି ଶ୍ରମିକମାନେ ବାହାରି ଜାତୀୟ ରାଜପଥରେ ଏକ ମାଲବାହୀ ଗାଡ଼ିରେ ଉଠି ପଳେଇ ଆସିଥିଲେ।

ଆଜି ସକାଳେ ୫ ନମ୍ବର ଜାତୀୟ ରାଜପଥ ବାଲେଶ୍ୱର ରେମୁଣା ଗୋଲେଇରେ ଓହ୍ଲାଇ ଚାଲି ଚାଲି ବିଭିନ୍ନ ଗାଁ ଭିତର ଦେଇ ମୟୁରଭଂଜ ଜିଲ୍ଲା ଅଭିମୁଖେ ବାହାରିଥିଲେ।

ତେବେ ଲୋକେ ଭୟରେ ସେମାନଙ୍କୁ ଗାଁ ଭିତର ଦେଇ ଯିବାକୁ ମନା କରିଥିଲେ। ଫଳରେ ଏହି ଶ୍ରମିକମାନେ ରେମୁଣା ନିକଟରେ ଅଟକି ରହିଛନ୍ତି। ଏନେଇ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like