ବିନା ବିଦ୍ୟୁତ୍‌ରେ ଲମ୍ବା ବିଲ୍‌

ରାୟଗଡ଼ା: ଘର ଘରକୁ ବିଜୁଳି ଆଲୋକ ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ରସରକାରଙ୍କ ପକ୍ଷରୁ ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନା କାର୍ଯ୍ୟକାରୀ ହୋଇଛି। ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଲୋକେ ଯୋଜନାର ସୁଫଳ ଉଠାଇ ପାରୁନାହାନ୍ତି। ଏପରିକି ବିଦ୍ୟୁତ୍‌ ସଂଯୋଗ ନହୋଇ ଲମ୍ବା ବିଦ୍ୟୁତ୍‌ ବିଲ୍‌ର ଚିଠା ଆସିଛି।

ସୌଭାଗ୍ୟ ବିଦ୍ୟୁତ୍‌କରଣ ଯୋଜନାରେ ଗାଁରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ଯାଇଛି। ଘରେ ଘରେ ସୁଇଚ୍ ବୋର୍ଡ ବି ଲଗାଯାଇଛି। ହେଲେ ନା ଖୁଣ୍ଟରୁ ତାର ସଂଯୋଗ ହୋଇଛି, ନା ମିଟର ବସିଛି। ଏପରିକି ଗାଁରେ ଟ୍ରାନ୍‌ସ୍‌ଫର୍ମର ମଧ୍ୟ ବସା ଯାଇନାହିଁ। ତେବେ ଆଶ୍ଚର୍ଯ୍ୟର କଥା କେବେ ବିଦ୍ୟୁତ୍‌ ଆସିବ, ସେନେଇ ଲୋକେ ଅପେକ୍ଷା କରିଥିବାବେଳେ ବିଦ୍ୟୁତ୍‌ ବଦଳରେ ସେମାନଙ୍କ ପାଖକୁ ଲମ୍ବା ବିଦ୍ୟୁତ୍‌ ବିଲ୍‌ର ଚିଠା ଆସିଛି।

ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାର ମଝିଗୁଡ଼ା, ଗୁଇଗୁଡ଼ା, ରାଜବିକ୍ରମପୁର ଏବଂ ସୌରାଢେପଗୁଡ଼ା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଗତ ଦୁଇମାସ ହେବ ଗାଁ ଗୁଡିକରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ହୋଇଛି। ବିଦ୍ୟୁତ ସରଞ୍ଜାମ ବି ରଖା ହୋଇଛି। କିନ୍ତୁ ସଞ୍ଜ ନଇଁଲେ ଡିବିରି ଆଲୁଅ ଲୋକଙ୍କ ସାହା ଭରସା ପାଲଟୁଛି। ତେବେ କେବଳ ଏଇ ୪ଟି ଗାଁ ନୁହେଁ, ବରଂ ୪୦ରୁ ଅଧିକ ଗାଁର ଲୋକେ ଏଭଳି ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।

 

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like