ରାୟଗଡ଼ା: ପାନୀୟ ଜଳ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ। ଦୀର୍ଘ ଦିନ ଧରି ପାନୀୟ ଦଳ ସମସ୍ୟା ଦେଖା ଦେଉଥିଲେ ମଧ୍ୟ ଏନେଇ କୌଣସି ଅଧିକାରୀ ନଶୁଣିବାରୁ ନିରାଶ ହୋଇ ରାୟଗଡ଼ା RWSS ଅଫିସ୍ ଆଗରେ ଧାରଣା ଦେଇଛନ୍ତି ଲେଲିବାଡ଼ି ଗାଁ ଲୋକେ। ଗାଁର ଶତାଧିକ ଲୋକେ ହାଣ୍ଡି, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗାଁରେ ଦେଖାଦେଇଥିବା ପାଣି ସମସ୍ୟାକୁ ସମାଧାନ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇଛନ୍ତି ଗ୍ରାମବାସୀ।
ଗାଁରେ କେବଳ ଦୁଇଟି ନଳକୂପ ରହିଛି। ଯାହା ଏବେ ଅଚଳ ହୋଇପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି। ନଳକୂଅ ଦୁଇଟି ଅଚଳ ହୋଯିବାରୁ ପାଣି ପାଇଁ ହା-ହତାସ ହେଉଛନ୍ତି ଗ୍ରାମବାସୀ। ସେଥିପାଇଁ ଯେତେ ହାରିଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ। ଏଣୁ ବାଧ୍ୟ ହୋଇ ସେମାନେ ଅଫିସ୍ ଆଗରେ ଧାରଣା ଦେଇଥିବା ଗ୍ରାମବାସୀ କହିଛନ୍ତି ।