ବାବୁ ଚାକିରି ଦିଅ ନହେଲେ ରାସ୍ତା ଛାଡ଼ିବୁନି

କୋରାପୁଟ: କୋଡିଙ୍ଗାମାଳିରେ ଖଣି ଖନନକୁ ବିରୋଧ କରିବା ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀ ଏହାକୁ ଖାତିର ନକରି ନିଜ ଜିଦ୍‌ରେ ଅଡ଼ି ବସିଛନ୍ତି। ଲୋକେ ଦୀର୍ଘ ସମୟ ଧରି ରାସ୍ତାରୋକ କରିବା ଫଳରେ ଯାନବାହନ ଚଳାଚଳରେ ବାଧା ଉପୁଜିଛି। ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ମାଜିଷ୍ଟ୍ରେଟ୍‌ଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ ଅଛନ୍ତି।

ସୂଚନା ଥାଉକି, ଦେଢ଼ ବର୍ଷ ତଳେ ଏହି ଅଞ୍ଚଳରେ ଖଣି ଖନନ ଆରମ୍ଭ ହୋଇଥିଲା। ଯାହାକୁ ପ୍ରବଳ ବିରୋଧ କରିଥିଲେ ଅଞ୍ଚଳବାସୀ। ତେବେ ପୁଲିସ୍ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ଫଳରେ ଏହା ପ୍ରଶମିତ ହୋଇଯାଇଥିଲା।

You might also like