କ୍ୱାରେଣ୍ଟିନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ

ଗଞ୍ଜାମ: କ୍ୱାରେଣ୍ଟିନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ଏହାକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗାଁ ଲୋକେ।

ଏହି ଘଟଣା ଘଟିଛି ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ। ଏହି ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏଠାରେ କିଛି ମଦ ବ୍ୟବସାୟୀ ସଂଘରୋଧ କେନ୍ଦ୍ରରେ ମଦ ଯୋଗାଉଥିବା ଅଭିଯୋଗ ହେଉଥିଲା।

ପ୍ରତିବାଦ କରିବାରୁ ସରପଞ୍ଚ ଓ କିଛି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ କରିଛନ୍ତି ସେମାନେ। ଏହା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

You might also like