ନକଲି ବନ୍ଧୁକ ଦେଖାଇ ଲୁଟ୍ କରୁଥିବା ବେଳେ ବାର ବାଜିଲା ଲୁଟେରା ଅବସ୍ଥା

ବାଲେଶ୍ୱର: ନକଲି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରୁଥିଲା, ହେଲେ ଏମିତି ଅବସ୍ଥା ହେଲା ଯେ ସିଧା ଯାଇ ମାମୁ ଘରେ ପଶିଲା ଲୁଟେରା। ଲୁଟେରାକୁ କାବୁ କରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଡିଙ୍ଗାଶୁଳ ଗାଁରେ।

ଯୁବକ ଜଣକ ଗୋବର୍ଦ୍ଧନପୁର ଗାଁର ବିଶ୍ୱଜିତ ନାଥ ବୋଲି ଜଣାପଡ଼ିଛି।  ବିଶ୍ୱଜିତ ଡିଙ୍ଗାଶୁଳ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ବନ୍ଧୁକ ଦେଖାଇ ଲୁଟ କରିବା ପାଇଁ ଚେଷ୍ଟା କରିଥିଲା। ବ୍ୟକ୍ତି ଜଣକ ବୁଦ୍ଧି ଖଟାଇ ଗ୍ରାମବାସୀଙ୍କୁ ଡାକିବା ପରେ ଗାଁ ଲୋକେ ମିଶି ବିଶ୍ୱଜିତକୁ କାବୁ କରିବା ସହିତ ଖୁଣ୍ଟରେ ବାନ୍ଧି ପକାଇଥିଲେ। ପରେ ପୋଲିସରେ ଖବର ଦେଇଥିଲେ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକୁ ଉଦ୍ଧାର କରି ପଚରାଉଚୁରା ଚଳାଇଛି। ଯୁବକ ଠାରୁ ଏକ ବାଇକ ସହ ଗୋଟିଏ ନକଲି ବନ୍ଧୁକ ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି। ତେବେ ଯୁବକ ନାଁରେ ବିଭିନ୍ନ ଥାନାରେ ଲୁଟ, ଛିନ୍‌ତାଇ ଭଳି ୧୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।

 

 

ଆହୁରି ପଢ଼ନ୍ତୁ

ଅକ୍ଟୋବର ୪ରେ ଖୋଲିବ ନନ୍ଦନକାନନ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

You might also like