ଗୁହାରି ଶୁଣିଲାନି ପ୍ରଶାସନ, ମୁହାଣ ଖୋଳିଲେ ଗାଁ ଲୋକ

ବ୍ରହ୍ମପୁର: ପ୍ରଶାସନ ପାଖରେ ଗୁହାରି କଲେ ହେଲେ ସମାଧାନ ହୋଇପାରିଲାନି ସମସ୍ୟା।  ମୁହାଣ ପୋତି ହୋଇ ଯାଉଥିବାରୁ ଏନେଇ ଆଗେଇ ଆସିଲେ ଗାଁ ଲୋକେ। ନିଜସ୍ୱ ଉଦ୍ୟମରେ ଏମାନେ ମୁହାଣ ଖୋଳିଛନ୍ତି। ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପୋତାଗଡ଼ରେ। ଏଠାରେ ଋ଼ଷିକୁଲ୍ୟା ନଦୀ ସମୁଦ୍ରରେ ଯାଇ ମିଶିଛି।  ମୁହାଣରେ ଦୀର୍ଘ ବର୍ଷ ଧରି ବାଲି ଭର୍ତ୍ତି ହେବା ଫଳରେ ପୋତି ହୋଇ ରହିଥିଲା। ଫଳରେ ଲଗାଣ ବର୍ଷା ହେଲେ ଗାଁରେ ନଦୀ ପାଣି ପସିବା ସହ ନାନା ସମସ୍ୟା ସୃଷ୍ଟି ହୁଏ।

ସେହିପରି ମତ୍ସଜୀବୀଙ୍କ ଡଙ୍ଗା ଏଥିରେ ଫସି ଯାଇଥାଏ। ବାରମ୍ବାର ଏନେଇ ଜିଲ୍ଲା ପ୍ରଶାସନକୁ ନିବେଦନ କରିବା ପରେ ବି କୌଣସି ଫଳ ମିଳିନଥିବା ଅଭିଯୋଗ ହୋଇଛି । ଏବେ ଗାଁ ଲୋକେ ଏକାଠି ହୋଇ ମୁହାଣ ଖୋଲିଛନ୍ତି।  ଜେସିବି ଲଗାଇ ବାଲି ମଧ୍ୟ ବାହାର କରିଛନ୍ତି।

You might also like