ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ସୋର: ସୋର ଥାନା ସିଙ୍ଖାଖୁଣ୍ଟା ପଞ୍ଚାୟତ କରଞ୍ଜବଣିଆ ଗାଁରେ ଘଟିଛି ଏକ ନୃଶଂସ କାଣ୍ଡ।  ଉତ୍ତ୍ୟକ୍ତ ଗ୍ରାମବାସୀ ଜଣେ ଦୁଷ୍କର୍ମକାରୀଙ୍କୁ ଉଲଗ୍ନ କରି ପିଟି ପିଟି ମାରିଦେଇଥିବା ଅଭିଯୋଗ ଆସିଛି।

କରଞ୍ଜବଣିଆ ଗାଁର ଜଣେ ମହିଳା ପତ୍ର ଗୋଟେଇବାକୁ ଜଙ୍ଗଲକୁ ଯାଇଥିଲେ । ତାଙ୍କୁ ଏକୁଟିଆ ଦେଖି ସେହି ଅଞ୍ଚଳର ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରରେ ଭର୍ତ୍ତି କରିଛନ୍ତି ।

ଅନ୍ୟପକ୍ଷେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ବସନ୍ତ ସିଂକୁ ପିଟି ପିଟି ମାରି ଦେଇଛନ୍ତି । ସୋର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।  ପୀଡିତାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି। ଉଭୟ ପକ୍ଷରୁ କୌଣସି ଏତଲା ହୋଇନଥିବା ସୋର ଥାନା ଆଇଆଇସି କହିଛନ୍ତି।

 

You might also like