ପାଞ୍ଚ ଦିନ ହେବ ଲୋୟର ସୁକତେଲ ପ୍ରକଳ୍ପ ବନ୍ଦ

ବଲାଙ୍ଗିର: ଗତ ପାଞ୍ଚ ଦିନ ଧରି ବନ୍ଦ ରହିଛି ବଲାଙ୍ଗିର ଜିଲ୍ଲା ଲୋୟର ସୁକତେଲ ସ୍ପିଲ୍ ୱେ ନିର୍ମାଣ କାମ। ଏକକାଳୀନ କ୍ଷତିପୂରଣ ଓ ଉପଯୁକ୍ତ ଥଇଥାନ ଦାବିରେ ପରଧିଆପାଲି ବାସିନ୍ଦାଙ୍କ ଆନ୍ଦୋଳନ ଯୋଗୁଁ  ଏହି କାମ ବନ୍ଦ ରହିଛି। ପ୍ରତି ମାସରେ ଜନଶୁଣାଣି ହେବା ସତ୍ୱେ ୨୦୧୩ ପଲିସି ଅନୁଯାୟୀ ଏକକାଳୀନ କ୍ଷତିପୂରଣ ସହିତ ଉଚିତ ଥଇଥାନ ଦିଆଯାଉ ବୋଲି ଆନ୍ଦୋଳନକାରୀ ଜିଦ୍ ଧରିଛନ୍ତି।

ଲୋୟର ସୁକତେଲ ଡ୍ୟାମ କାର୍ଯ୍ୟକ୍ଷମ ହେଲେ, ୨୯ ଟି ଗାଁ ମଧ୍ୟରୁ ପ୍ରଥମେ ପରଧିଆପାଲି ଗାଁକୁ ପାଣି ମାଡ଼ିବ। ବଲାଙ୍ଗିର ଜିଲ୍ଲାପାଳ ନିଜେ ଗାଁକୁ ଯାଇ ଲୋକଙ୍କ ସହ କଥାବାର୍ତ୍ତା କରିଥିଲେ ବି କ୍ଷତିପୂରଣ ଓ ଥଇଥାନ ନେଇ କୌଣସି ସମାଧାନ ବାହାରିପାରିନାହିଁ। ସେପଟେ ସ୍ପିଲ ୱେ କାମ ସାରିବା ପାଇଁ ୨୦୧୯ ଓ ପ୍ରକଳ୍ପ କାମ ୨୦୨୧ ସୁଦ୍ଧା ସାରିବାକୁ ଟାର୍ଗେଟ୍‌ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ସ୍ପିଲ୍ ୱେ କାମ ୭୦ ପ୍ରତିଶତ ସରିଥିବା ବେଳେ ମାଟି ବନ୍ଧ କାମ ଅଧା ହୋଇଛି।  ତେବେ ଆସନ୍ତାକାଲି ସୁଦ୍ଧା କାମ ଆରମ୍ଭ ହୋଇପାରେ ବୋଲି ଆଶା ରଖିଛନ୍ତି ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like