• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଗ୍ରାମାଞ୍ଚଳରେ କୋଭିଡ୍ ବିରୋଧୀ ଲଢ଼େଇରେ ବାଧକ ସାଜିଛି ଗୁଜବ, ଭୟ ଓ ଅନ୍ଧବିଶ୍ୱାସ। କେଉଁଠି ଟିକା ତ କେଉଁଠି ସେରୋ ସର୍ଭେକୁ ଡର। ଏପରିକି କିଛି ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀ ଗାଁକୁ ଆସୁଥିବା କଥା ଶୁଣିବା କ୍ଷଣି ଘରେ ତାଟିକବାଟ ପଡ଼ିଯାଉଛି। ଯିଏ ଯୁଆଡ଼େ, ଲୁଚୁଛନ୍ତି। ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବା ସହ ମହାମାରୀ ବିରୋଧୀ ମହାଲଢ଼େଇରେ ଉପାନ୍ତ ଅଞ୍ଚଳର ଲୋକଙ୍କୁ ସାମିଲ କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାୟଗଡ଼ା ଓ ବଲାଙ୍ଗିର ଜିଲ୍ଲାରୁ ଗ୍ରାଉଣ୍ଡ ରିପୋର୍ଟ।

ରାୟଗଡ଼ା ସଦର ବ୍ଲକ୍‌ର ଜୁରୁଡ଼ି ଗାଁ। ଜିଲ୍ଲାରେ ଆଜିଠୁ ଆରମ୍ଭ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ପାଇଁ ଆଜି ଜୁରୁଡ଼ି ଗାଁକୁ ସର୍ଭେ ଟିମ୍ ଆସୁଥିବା ଦେଖି ଲୋକେ ଘରୁ ପାର୍। ସାମ୍ପୁଲ ଦେବେ କଣ କିଏ ପାଖ ପାହାଡ଼ରେ ତ କିଏ ଆଉ କେଉଁଠି। ଆଶା, ଅଙ୍ଗନବାଡ଼ି କର୍ମୀ ଡାକିଲେ ବି ଶୁଣିବାର ନାହିଁ। ଶେଷରେ କିଛି ଲୋକଙ୍କୁ ବୁଝାସୁଝା କରି ସେମାନଙ୍କ ବିଶ୍ୱାସ ଜନ୍ମାଇବା ଲାଗି ସ୍ୱାସ୍ଥ୍ୟକର୍ମୀ ରକ୍ତ ନମୁନା ଦେବା ପରେ ଯାଇଁ କିଛି ଲୋକ ଦେଇଥିଲେ। ହେଲେ ଅସହଯୋଗ ଯୋଗୁଁ ନିର୍ଦ୍ଧାରିତ ପରିମାଣର ସାମ୍ପୁଲ ସଂଗ୍ରହ ହୋଇ ପାରିନଥିଲା।

ସେହିପରି ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା ତୁରେଲା ବ୍ଲକ୍‌ର ଚାରପାଣି ଗାଁ। ଏଠି ଟିକା ନା ଶୁଣିଲେ ଯେମିତି କୋକୁଆ ଭୟ। ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ ଘର ଘର ବୁଲି ଲୋକଙ୍କୁ ଟିକା ନେବାକୁ ବୁଝାଉଛନ୍ତି। ରାଣ ଖାଉଛନ୍ତି, ସୁରକ୍ଷାର ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ଟିକା ନେଲେ ଦେହ ଖରାପ ହେବା, ମରିଯିବାର ଗୁଜବ ଏତେ ଆକ୍ରାନ୍ତ କରିଛି ଯେ ମେଡିକାଲ୍ ଟିମ୍‌କୁ ବିଶ୍ୱାସ କରିବାକୁ ନାରାଜ। ଲୋକେ ଗତକାଲି ଦିନ ତମାମ ଟିକା ପାଇଁ କ୍ୟାମ୍ପ କରି ବି ଖାଲି ହାତରେ ଫେରିଥିଲା ଟିମ୍।

ଖାଲି ତୁରେକେଲା ନୁହେଁ, ବେଲପଡ଼ା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା ଭଳି ଦାଦନ ପ୍ରବଣ ଅଞ୍ଚଳରେ ବି ସମାନ ସ୍ଥିତି ମହାମାରୀ ଟିକେ ଥମିବା ପରେ ବାହାର ରାଜ୍ୟରୁ ଏବେ ଘରମୁହାଁ ଦାଦନ ଶ୍ରମିକ। ତେଣୁ ଗୋଟିଏ ପଟେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପ୍ରଶାସନ ଯୋଜନା ରଖିଥିବା ବେଳେ ସଚେତନତାର ଅଭାବରୁ ପ୍ରବାସ ଫେରନ୍ତା ଟିକା ନେବାକୁ ଅମଙ୍ଗ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି। ସଚେତନତା କମ୍ ଅନ୍ଧବିଶ୍ୱାସ ବେଶି, ସେ ଟିକା ହେଉ କି ସେରୋ ସର୍ଭେ ଗୁଜବ ପାଇଁ ସିରିଞ୍ଜ୍ ଦେଖିଲେ ଡରୁଥିବା ଲୋକଙ୍କ ମନରୁ ଭ୍ରାନ୍ତ ଧାରଣାକୁ ଦୂରେଇ ଚିକିତ୍ସା ବ୍ୟବସ୍ଥା ପ୍ରତି ବିଶ୍ୱାସ ଜନ୍ମାଇବା ହିଁ ବର୍ତ୍ତମାନ ପାଇଁ କୋଭିଡ୍ ବିରୋଧୀ ଲଢ଼େଇର ବଡ଼ ଆହ୍ୱାନ।

 

Villagers-hide-from-sero-survey-team-in-rayagada-village
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories