• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ସମ୍ବଲପୁର( ସଂଜୟ ଜେନା) : ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଲଙ୍କାକାଣ୍ଡ। ସମ୍ବଲପୁର କତରବଗା ଥାନା ପରିସରରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଥାନା ପରିସରରେ ଆସବାସପତ୍ର ଭଙ୍ଗାରୁଜା ମଧ୍ୟ କରିଛନ୍ତି।

ଉଲ୍ଲେଖନୀୟ ଯେ, ଗତକାଲି ରାତିରେ କତରବଗା ଗାଁରେ ପ୍ରଶାନ୍ତ ଧୁରୁଆ ନାମକ ଜଣେ ବ୍ୟକ୍ତିଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଆଜି ଶବ ବ୍ୟବଛେଦ ହୋଇ ଫେରିବା ପରେ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଗାଡ଼ି ମାଲିକଙ୍କୁ ଗିରଫ ଦାବିରେ ଥାନା ଘେରାଉ କରିଥିଲେ ଗ୍ରାମବାସୀ ।

ମିଳିଥିବା ସୂଚନା ଅନୁସାରେ, ଘଟଣାସ୍ଥଳରେ SP ଓ ଉପଜିଲ୍ଲାପାଳ ପହଂଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଗାଁରେ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଘଟଣାରେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ଘଟଣା ସଂପର୍କରେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Villagers-gherao-police-station
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories