କରୋନା ମୁକାବିଲାରେ ଗୁଣ୍ଡୁଚି ମୂଷା ସାଜିଲେ ଗାଁଲୋକେ

ସମ୍ବଲପୁର: ସାରା ଦେଶ ଏବେ ସଙ୍କଟ ଦେଇ ଗତି କରୁଛି। ଗରିବ ଓ ଅସହାୟଙ୍କ ପାଇଁ ଅର୍ଥର ଆବଶ୍ୟକ ରହିଛି। କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଲେ ଗ୍ରାମବାସୀ। ଘରକୁ ଘର ବୁଲି ୨୫ ହଜାର ୧୬୮ ଟଙ୍କା ସଂଗ୍ରହ କରି ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପଠାଇଛନ୍ତି। ଏଭଳି ନିଆରା ପ୍ରୟାସ କରିଛନ୍ତି ସମ୍ବଲପୁର ଜିଲ୍ଲା ଡଙ୍ଗାପାଲ ଗାଁର ଲୋକେ।

ଗୁଣ୍ଡୁଚି ମୂଷା ତୁଲ୍ୟ ଏମାନଙ୍କ ଏହି ସହଯୋଗ ଉଦାହରଣ ପାଲଟିଛି ଅଂଚଳରେ। ଛୋଟରୁ ବଡ଼, ଗରିବରୁ ଧନୀ ସମସ୍ତେ ନିଜ ସାଧ୍ୟ ମୁତାବକ ଅର୍ଥ ଦାନ କରିଛନ୍ତି। ଏହାସହିତ ଘର ଘର ବୁଲି ସାବୁନ, ମାସ୍କ ଦେଇ ସଚେତନ ବି କରିଛନ୍ତି ଡଙ୍ଗାପାଲ ଗ୍ରାମବାସୀ।

You might also like