ହଜିଗଲା ମାନବିକତା: କରୋନା ଭୟରେ ଶବ ସତ୍କାର କରୁ ନାହାନ୍ତି ଗାଁ ଲୋକେ

ବାଲେଶ୍ୱର: କରୋନା ଭୟରେ ହଜିଗଲା ମାନବିକତା। ଗତକାଲିଠୁ ଗାଁରେ ପଡ଼ି ରହିଛି ମୃତଦେହ।  କରୋନା ଭାଇରସ୍‌ ସଂକ୍ରମଣ ଭୟରେ ଗାଁଲୋକେ ଶବ ସତ୍କାର ପାଇଁ ଆସୁ ନ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।

ଗତ ମାର୍ଚ୍ଚ ୩ରେ କୋଲକାତାରୁ ଶ୍ରୀଧର ଦଳାଇ ନାମକ ଜଣେ ବ୍ୟକ୍ତି ଘରକୁ ଫେରିଥିଲେ। ହଠାତ୍ ତାଙ୍କ ଦେହ ଖରାପ ହେବାରୁ ସେ ସ୍ଥାନୀୟ ଡାକ୍ତରଖାନା ଓ ପରେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ।  ଡାକ୍ତର ତାଙ୍କୁ ଜଣ୍ଡିସ ହୋଇଛି ବୋଲି କହିଥିବା ପରିବାର ଲୋକେ କହିଛନ୍ତି।

ତେବେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କରୋନା ଭୟରେ ଗାଁଲୋକେ ଶବ ସତ୍କାର କରିବାକୁ ଆସୁ ନ ଥିବା ମୃତକଙ୍କ ପତ୍ନୀ କହିଛନ୍ତି।

You might also like