କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଜଙ୍ଗଲରେ ଦିନ କାଟୁଛନ୍ତି ପ୍ରବାସୀ

ଗଜପତି: କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଘରକୁ ଫେରି ପାରିଲେନି ପ୍ରବାସୀ। ଜଙ୍ଗଲରେ ଦିନ କାଟୁଛନ୍ତି ୭ ଜଣ ପ୍ରବାସ ଫେରନ୍ତା। ଗଜପତି ଆର୍ ଉଦୟଗିରି ବ୍ଲକର ଖାରିପଦା ଗାଁରେ ଘଟିଛି ଏଭଳି ଘଟଣା। ଯେଉଁଠି କ୍ୱାରେଣ୍ଟିନ୍ ଅବଧି ସରିବା ପରେ ଏବେ ଗାଁକୁ ଆସିବାକୁ ଏହି ୭ ଜଣଙ୍କୁ ବାରଣ କରାଯାଇଛି।

ଏମାନେ ଗୁଜରାଟରୁ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ଏମାନେ ଗାଁକୁ ଫେରିଥିଲେ। ହେଲେ ତାଙ୍କୁ ଗାଁ କମିଟି ଘରକୁ ଆସିବାକୁ ମନା କରିଛନ୍ତି।

ଶେଷରେ ବାଧ୍ୟ ହୋଇ ଜଙ୍ଗଲରେ ପଲିଥିନ୍ ଟାଣି ରହୁଛନ୍ତି ଏମାନେ। ଖରା, ବର୍ଷାକୁ ସହି ଏମାନେ ଏଭଳି ଅବସ୍ଥାରେ ଅଛନ୍ତି। ସେପଟେ ନିଜେ ଓ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଏପରି କରିଥିବା କହିଛନ୍ତି।

You might also like