କୋରାପୁଟ: ପୁଲିସ୍ ଦ୍ୱାରା ଗିରଫ ହୋଇ ଏନ୍ଆଇଏ କବ୍ଜାରେ ଥିବା ଡମ୍ବରୁ ଖିଲ ନିର୍ଦ୍ଦୋଷ ବୋଲି ଦାବି କଲେ ଡମ୍ବରୁଙ୍କ ସ୍ତ୍ରୀ ଓ ଗ୍ରାମବାସୀ। ଡମ୍ବରୁ ମାଓବାଦୀ ନୁହେଁ। ସେ କୌଣସି ମାଓ କାର୍ଯ୍ୟକଳାପରେ ସାମିଲ ନଥିଲା। ସେ ମିସ୍ତ୍ରୀ କାମ କରି ପରିବାର ପୋଷୁଥିଲା। ତେଣୁ ତାଙ୍କୁ ମୁକ୍ତି ଦିଆଯାଉ ବୋଲି ଦାବି ହୋଇଛି।
ଗତକାଲି ଏନେଇ ଚାଟୁଆ ସରପଞ୍ଚଙ୍କ ସହ ଗ୍ରାମବାସୀ ଓ ଡମ୍ବରୁଙ୍କ ସ୍ତ୍ରୀ କୋରାପୁଟ ଜିଲ୍ଲା ପ୍ରଶାସନକୁ ଭେଟିବା ସହ ଏସ୍ପିଙ୍କ ନିକଟରେ ଲିଖିତ ଭାବରେ ଦାବି ଉପସ୍ଥାପନ କରିଥିଲେ। ସପ୍ତାହ ଭିତରେ ପ୍ରଶାସନ ନଶୁଣିଲେ ମାଳି ଛକ ଠାରେ ଧାରଣା ଦିଆଯିବ ବୋଲି ସରପଞ୍ଚ ଧମକ ଦେଇଛନ୍ତି।
ଆରକୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତି ସନ୍ଦେହରେ ପଡୁଆ ପୁଲିସ୍ ଡମ୍ବରୁକୁ ଗିରଫ କରିଥିଲା। ଜଣେ ମାଓ ମିଲିସିୟା ବୋଲି କୋରାପୁଟ ଏସ୍ପି ସୂଚନା ଦେଇଥିଲେ ।ଏନ୍ଆଇଏ ଡମ୍ବୁରୁକୁ ଏସ୍ଡିଜେଏମ୍ରେ ହଜାର କରି ଅଧିକ ତଦନ୍ତ ପାଇଁ ନେଇଯାଇଥିଲେ। ଏନେଇ ପଚରାଉଚୁରା କରାଯାଇ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି।