କଟକ: ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି କରିବାକୁ ଆସି ଗାଁ ଲୋକଙ୍କ ହାତରେ ଜଣେ ଯୁବକ ଧରାପଡ଼ିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ଥାନା ପର୍ଶୁରାମପୁର ଗ୍ରାମବାସୀ ଏହି ଅଭିଯୁକ୍ତଙ୍କୁ ଧରିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ସାଲେପୁର ଥାନା ଅଞ୍ଚଳରେ ୨ଜଣ ଯୁବକ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ।
ହେଲେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରୁ ଖସି ଯାଇଥିବାବେଳେ ବାଇକ୍ ସହ ଅନ୍ୟଜଣେ ଅଭିଯୁକ୍ତଙ୍କୁ ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ଏନେଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ କରୁଛି।