ଛେଳି ଚୋରି ପାଇଁ ଏମିତି ଦଣ୍ଡ !

ଗଞ୍ଜାମ: ଛେଳି ଚୋରି ପାଇଁ ଗାଁ ଲୋକଙ୍କ ଦଣ୍ଡ। ଦୁଇ ଯୁବକଙ୍କୁ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଗୁଣ୍ଡୁରିବାଡ଼ି ଗାଁର ଘଟିଛି ଏଭଳି ଘଟଣା। ଗାଁ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ କିଣାଯାଇଥିବା ଛେଳିକୁ ଏହି ଦୁଇ ଯୁବକ ଚୋରି କରି ମାଂସକୁ ବିକ୍ରି କରିଦେଇଛନ୍ତି।

ପରମ୍ପରା ଅନୁସାରେ, ଗହ୍ମା ପୂର୍ଣ୍ଣମୀ ଦିନ ଗାଁ ଠାକୁରାଣୀଙ୍କ ନିକଟରେ ବଳି ପାଇଁ ଏହି ଛେଳି କିଣାଯାଇଥିଲା। ଗାଁର ଜଗନ୍ନାଥ ଜେନାଙ୍କ ଗୁହାଳରେ ଛେଳିଟିକୁ ରଖାଯାଇଥିବା ବେଳେ ରାତିରେ ଏମାନେ ଚୋରି କରିଥିବା ସ୍ୱୀକାର କରିଛନ୍ତି। ତେଣୁ ଦଣ୍ଡ ସ୍ୱରୁପ ଗ୍ରାମବାସୀ ଗାଁ ଦାଣ୍ଡରେ ଏକ ଟାୱାରରେ ଦୀର୍ଘ ସମୟ ଧରି ବାନ୍ଧି ରଖିବା ସହିତ ମାଡ଼ ବି ମାରିଥିବା ଅଭିଯୋଗ ହୋଇଛି। ଗ୍ରାମସଭାରେ ମିମାଂସା ହେବା ପରେ ଉଭୟ ୪୦ ହଜାର ଟଙ୍କା ଲେଖାଏଁ ଜୋରିମାନା ମଧ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

OUAT ପ୍ରଫେସରଙ୍କ ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ

ଅଧାରେ ରହିଗଲା ଫେସ୍‌ବୁକ୍ ପ୍ରେମ, ବିବାହ ବେଦୀରୁ ଉଠାଇ ନେଲା ପୋଲିସ୍

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

‘ପୋଲିସ୍‌ ସାର୍‌ ବାଡ଼ିରେ ମୋତେ ପିଟି ପକାଇଲେ’

ଆଶ୍ଚର୍ଯ୍ୟ ! ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ

ରାଜ୍ୟରେ ୧୩  କରୋନା ରୋଗୀଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧,୬୧୭ ପଜିଟିଭ୍‌ ଚିହ୍ନଟ

ନକଲି ସୁନା ଇଟା ଦେଇ ବ୍ୟବସାୟୀଙ୍କଠୁ ଲୁଟିନେଲେ ୫ ଲକ୍ଷ

ଘୁଞ୍ଚିଲା ଓଡ଼ିଶା ସିଭିଲ୍‌ ସର୍ଭିସ-୨୦୧୯ର ମୁଖ୍ୟ ଲିଖିତ ପରୀକ୍ଷା

ମାମୁଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଲେ ଭଣଜା

କୂଅ ଭିତରୁ ମିଳିଲା ନିଖୋଜ ମା’ ଓ ପୁଅଙ୍କ ମୃତଦେହ

କେବେ ଖୋଲିବ ମନ୍ଦିର? ଦ୍ୱିତୀୟ ଥର ପାଇଁ ଘଣ୍ଟ ପିଟିଲେ ସେବାୟତ

You might also like