ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିଲେ ଗ୍ରାମବାସୀ

କଟକ: ଅଭିଯୁକ୍ତକୁ ଧରିବାକୁ ଯାଇଥିବା ବେଳେ ପୁଲିସ୍‌କୁ ମାଡ଼ ମାରିଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି କଟକରୁ । ଜଗତପୁର ଥାନା ଆଇଆଇସି ପ୍ରଦୀପ କୁମାର ନାୟକ ଓ ୪ଜଣ ପୁଲିସ୍ କର୍ମଚାରୀଙ୍କୁ ଗ୍ରାମବାସୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଏକ ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ଆଜି ସକାଳେ ଆଇଆଇସି ଓ ୪ଜଣ ପୁଲିସ୍‌ କର୍ମଚାରୀ ସାଧା ପୋଷାକରେ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କପୁରସିଂ ଗାଁକୁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ। ପୁଲିସ୍‌-ଗ୍ରାମବାସୀ ଆକ୍ରମଣ-ପ୍ରତି ଆକ୍ରମଣର ସୁଯୋଗ ନେଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଆହତ ପୁଲିସ୍‌ କର୍ମଚାରୀଙ୍କୁ ଗୁରୁଡ଼ିଝାଟିଆ ପୁଲିସ୍‌ ଉଦ୍ଧାର କରିଥିଲା।

You might also like