ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି

ମାଲକାନଗିରି: ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି। ଫେକ୍ ଏନକାଉଣ୍ଟର ଅଭିଯୋଗ ଆଣି ମାଲକାନଗିରି କୋରୁକୋଣ୍ଡା ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡାରେ ପ୍ରଜାମେଳି କରିଛନ୍ତି। ଶତାଧିକ ଲୋକେ ୯ଟି ଗାଁର ଗ୍ରାମବାସୀ ଏକାଠି ହୋଇ ପୋଲିସ ବିରୋଧରେ ଗର୍ଜିଛନ୍ତି। ନିରୀହ ଗ୍ରାମବାସୀଙ୍କ ପ୍ରତି ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି।

ଗତ ୧୩ ତାରିଖରେ ମୋଟର ଲଞ୍ଚ ଯୋଗେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ପୋଲିସ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like