ପୋଲିସ୍‌ ଭୟରେ ଜଙ୍ଗଲରେ ଗ୍ରାମବାସୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଓ ପୋଲିସ ଗାଡ଼ିକୁ ଆକ୍ରମଣ ଘଟଣାରେ ଗିରଫ ଭୟରେ ଗ୍ରାମବାସୀମାନେ ଜଙ୍ଗଲରେ ଦିନ କାଟୁଛନ୍ତି। ଏହି ଘଟଣାରେ ପୋଲିସ ମେରାମାହା ଗାଁର ୬ ଜଣଙ୍କୁ ଗିରଫ କରିବା ପରେ ଗାଁ ଏକ ପ୍ରକାର ପୁରୁଷଶୂନ୍ୟ ହୋଇପଡ଼ିଛି।

ଗିରଫ ହେବା ଭୟରେ ମେରାମାହା ଗ୍ରାମବାସୀ ଏବେବି ଜଙ୍ଗଲରେ ରହୁଥିବା ଗାଁର ମହିଳା ମାନେ ଅଭିଯୋଗ କରିଛନ୍ତି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ସାଙ୍ଗକୁ ପୋଲିସର ଦମନଲୀଳାକୁ ବିରୋଧ କରି ୮ଟି ପଞ୍ଚାୟତର ଜନ ପ୍ରତିନିଧି ଗାଁରେ ପହଞ୍ଚି ଏକ ବୈଠକ କରିଛନ୍ତି।

କେଉଁ ପରିସ୍ଥିତିରେ ଗାଁ ଲୋକେ ପୋଲିସ ଉପରେ ଅତର୍କିତ ଆକ୍ରମଣ କଲେ ଏବଂ ପୋଲିସ କାହିଁକି ଲୋକଙ୍କୁ ମାଡ଼ ମାରିଲା ସେ ନେଇ ଜନପ୍ରତିନିଧି ମେରାମାହା ଗାଁର ମହିଳା ମାନଙ୍କ ସହିତ ଆଲୋଚନା କରିଛନ୍ତି।

୨ ଦିନ ତଳେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କୁ ମେରାମାହା ଗ୍ରାମବାସୀ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଏବଂ ପୋଲିସ ଗାଡ଼ି ଭଙ୍ଗାରୁଜା ମଧ୍ୟ କରିଥିଲେ। ତେବେ ଘଟଣାକୁ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ଅଂଚଳରେ ଏବେ ବି ଭୟର ବାତାବରଣ ଲାଗିରହିଛି।

You might also like