କେନ୍ଦ୍ରାପଡ଼ା: ନିଜ ଗାଁକୁ ନିଜେ ସାନିଟାଇଜ କଲେ ଯୁବକ। କେନ୍ଦ୍ରାପଡ଼ା ବ୍ଲକ୍ କୋର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ କୋର ଗାଁ ରେ କିନ୍ତୁ ଏ ନେଇ କୌଣସି ସଚେତନତା କାର୍ଯ୍ୟକ୍ରମ କରାଯାଉନଥିଲା l କିନ୍ତୁ ନିଜ ଗାଁକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଗାଁର କିଛି ଯୁବକ।
ନିଜ ଖର୍ଚ୍ଚରେ ଗାଡି, ଜେନେରେଟର, ପାଣି ପମ୍ପ ଓ ବିଶୋଧନ ସାମଗ୍ରୀ ଆଣି ଗାଁରେ ବୁଲି ବୁଲି ସିଞ୍ଚନ କରିଥିଲେ। ଗାଁ ରାସ୍ତା, ପିଣ୍ଡା, ଧାର୍ମିକ ଅନୁଷ୍ଠାନ ଓ ସର୍ବସାଧାରଣ ସ୍ଥାନରେ ବିଶୋଧନ ସିଞ୍ଚନ କରାଯଇଥିଲା l କୋର ଗ୍ରାମର ପ୍ରାୟ ୩ହଜାର ଘରକୁ ବିଶୋଧନ କରିଛନ୍ତି ଯୁବଗୋଷ୍ଠୀ।